କାନବେରା: ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ଟିମରେ ପ୍ୟାଟ କମିନ୍ସ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆ ଦଳର ପ୍ରଥମ ଦ୍ରୁତ ବୋଲର ଭାବେ ପ୍ୟାଟ୍ କମିନ୍ସ ଅଧିନାୟକ ଭାର ସମ୍ଭାଳିବେ । ଡିସେମ୍ବରରେ ହେବାକୁ ଥିବା ଆସେସ୍ ସିରିଜରେ ଦଳର ଦାୟିତ୍ୱ ନେବେ କମିନ୍ସ । ଏଥିସହ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଟିମର ଉପ ଅଧିନାୟକ ନିଯୁକ୍ତି ମିଳିଛି । ଟେଷ୍ଟ ଅଧିନାୟକ ମିଳିବା ପରେ କମିନ୍ସଙ୍କୁ କହିଛନ୍ତି ଯେ, ମୋତେ ଆସେସ୍ ସିରିଜ ପୂର୍ବରୁ ଅଧିନାୟକ କରିଥିବାରୁ ମୁଁ ସମ୍ମାନିତ ଅନୁଭବ କରୁଛି । ଆଶା କରୁଛି ମୁଁ ଦଳର ନେତୃତ୍ୱ ନେବ ଯେପରି କିଛିବର୍ଷ ଧରି ଟିମ୍ ପେନ ଦଳକୁ ଆଗକୁ ନେଉଥିଲେ । ଆହୁରି କହିଛନ୍ତି ଷ୍ଟିଭ୍ ସ୍ମିଥ ସହ ଦଳରେ ବରିଷ୍ଠ ଖେଳାଳି ଅଛନ୍ତି । ଆଉକିଛି ଯୁବ ଖେଳାଳି ମଧ୍ୟ ଆସୁଛନ୍ତି ଯାହା ଦ୍ୱାରା ଆମ ଟିମ୍ ଅଧିକ ମଜବୁତ ହୋଇପାରିବ । ସୂଚନାଯୋଗ୍ୟ ଯେ, ଟିମ୍ ପେନ୍ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ପ୍ୟାଟ୍ କମିନ୍ସଙ୍କୁ ଏହି ନିଯୁକ୍ତି ମିଳିଛି ।