ଦ.ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ

କେପଟାଉନ: ଦକ୍ଷିଣ ଆଫ୍ରିକାରେ କିଛିଦିନ ହେବ ଲଗାତର ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏଠାରେ କରୋନାର ନୂଆ ଭାରିଆଣ୍ଟ ମଧ୍ୟ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଏନେଇ ସ୍ପଷ୍ଟ କରିଛନ୍ତି ବୈଜ୍ଞାନିକ । ଡେଲଟାଠୁ ଏହା ଅଧିକ ମାରାତ୍ମକ ହୋଇପାରେ ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକାରେ ଅଧିକାଂଶ ଲୋକ ଏହି ନୂଆ ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛ । ଏଠାରେ ଏବେ ପ୍ରତେକ ଦିନ ୧୨ ଶହରୁ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି । ଅନ୍ୟପକ୍ଷରେ ଏହି ନୂଆ ଭାରିଆଣ୍ଟ ପାଇଁ ସତର୍କ ହୋଇଛନ୍ତି ଭାରତ ସରକାର ।