ମୁକ୍ତିଲାଭ ଅପେକ୍ଷାରେ ‘ଜର୍ସି’

ମୁମ୍ବାଇ : ଖୁବଶୀଘ୍ର ‘ଜର୍ସି’ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଆଲୁୁ ଅରବିନ୍ଦ, ସୂର୍ଯ୍ୟଦେବାରା ନାଗା ଭାଷ୍ମୀ, ଅମନ ଗିଲ୍‌, ଦିଲ୍‌ ରାଜୁ ପ୍ରମୁଖ । ଏଥିରେ ମୁଖ୍ୟ ଭୂମିକାରେ ଶାହିଦ କପୁର, ମୃଣାଳ ଠାକୁର ଓ ପଙ୍କଜ କପୁର ଅଛନ୍ତି ।

ଆସନ୍ତାମାସ ଡିସେମ୍ବର ୩୧ରେ ମୁକ୍ତିଲାଭ କରାଯିବା ନେଇ ଯୋଜନା ରହିଛି । ଏଇ ସିନେମାଟି କ୍ରୀଡା ଡ୍ରାମା ଉପରେ ପର୍ଯ୍ୟବସିତ । ୨୦୨୦ ଅଗଷ୍ଟ ୨୮ରେ ଏହା ମୁକ୍ତିଲାଭ କରିବ ବୋଲି ସ୍ଥିର ହେଇଥିଲା । ହେଲେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ସୁଟିଂ ଶେଷ ହେଇପାରି ନଥିଲା ।