ପାଟନା: ବିହାରର ପରୀକ୍ଷାର୍ଥୀଙ୍କୁ ଏକ ବିଶ୍ୱବିଦ୍ୟାଳୟ ଦେଇଥିବା ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କ ଚିତ୍ର ଦେଖିବାକୁ ମିଳିଛି । ଏହି ପ୍ରାର୍ଥୀମାନେ ମଧୁବାଣୀ, ସାମସ୍ତିପୁର ଏବଂ ବେଗୁସରାଇ ଜିଲ୍ଲାରେ ଅବସ୍ଥିତ କଲେଜଗୁଡ଼ିକର ତୃତୀୟ ବର୍ଷର ବିଏ ଛାତ୍ର ବୋଲି କୁହାଯାଉଛି । ଏହି ସମସ୍ତ କଲେଜ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟ ସହିତ ଜଡିତ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଦାରବଙ୍ଗାଠାରେ ଅବସ୍ଥିତ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁଶାକ ଅହମ୍ମଦ କହିଛନ୍ତି ଯେ ଏହି ଅନିୟମିତତାକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣା ପ୍ରକାଶ ପାଇଲା । ଏକ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସଂପୃକ୍ତ ଛାତ୍ରମାନଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।