ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୮୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସେନାର ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବାୟୁସେନାର ବିମାନ ସି ୧୩୦ ସ୍ଥାନୀୟ ସମୟ ସକାଳ ସାଢେ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା ପରେ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅଭିଯାନ । ଉତ୍ତର ଫିଲିପିନ୍ସର ସୁଲୁ ପ୍ରଦେଶର ଜୋଲୋରେ ଅବତରଣ ବେଳେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍‌ । ମୃତକଙ୍କ ବାବଦରେ କୌଣସି ସୂଚନା ମିଳି ନାହିଁ ।