ପିଆଇବି, ଭୁବେନେଶ୍ଵର : ଚନ୍ଦୋସି ଏବଂ ସିକନ୍ଦରାବାଦର ପୀଡିତ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମ୍ଏନ୍ଆରଏଫ୍) ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁଦାନ ରାଶି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରିଛି ;
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦୋସି ଏବଂ ସିକନ୍ଦରାବାଦ ଠାରେ ଘଟିଥିବା ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପିଏମ୍ଏନ୍ଆରଏଫ୍ରୁ ୨ ଲକ୍ଷ ଟଙ୍କା ମୂଲ୍ୟର ଅନୁଦାନ ରାଶି ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରିଛନ୍ତି । ଆହତ ମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।\”