ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଭାରତ ବର୍ଷରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା। ଏହି ସମୟରେ ଲୋକଙ୍କ ସହାୟତା ଏବଂ ଜରୁରୀ କାଳୀନ ପରିସ୍ଥିତିକୁ ନଜରେ ରଖି ଭାରତରେ ପ୍ରଧାନମନ୍ତ୍ରୀ ପିଏମ୍ କେୟାର୍ ଫଣ୍ଡ୍ ଖୋଲିଥିଲେ । ମାର୍ଚ୍ଚ ୨୮ ରେ ଖୋଲାଯାଇଥିବା ଏହି ଫଣ୍ଡରେ ମାର୍ଚ୍ଚ୍ ୩୧ ସୁଦ୍ଧା ୩୦୭୬.୬୨ କୋଟି ଟଙ୍କା ଜମା ହୋଇଥିଲା ।
ଫଣ୍ଡରେ ଜମା ଟଙ୍କାରୁ ୩୦୭୫.୮୫ କୋଟି ଟଙ୍କା ଲୋକଙ୍କ ସ୍ୱେଚ୍ଛାକୃତ ଦାନ ଥିବା ବେଳେ ୧୫୭.୨୩ କୋଟି ଟଙ୍କା ରେଳୱେ ଭଳି କେନ୍ଦ୍ରର ଅନ୍ୟ ୫୦ଟି ବିଭାଗରେ କାର୍ଯ୍ଯରତ କର୍ମଚାରୀଙ୍କ ବେତନ କୁ କାଟ୍ କରି ନିଆଯାଇଥିଲା । ତେବେ ପିଏମ୍ କେୟାର୍ ଫଣ୍ଡରେ ଦାନ କରିଥିବା ସମସ୍ତ ସରକାରୀ ବିଭାଗ ଅପେକ୍ଷା ସର୍ବାଧିକ ଅଂଶ ରେଲୱେ ଠାରୁ ମିଳିଥିଲା । ୧୪୬.୭୨ କୋଟି ଟଙ୍କା ଦାନ କରି ଲିଷ୍ଟ୍ ରେ ସବୁଠାରୁ ଉପରେ ରେଲୱେ ରହିଛି ।
ସୂଚନାଯୋଗ୍ୟ ଯେ, ପିଏମ୍ କେୟାର୍ ଫଣ୍ଡର ପ୍ରାପ୍ତ ରାଶି ବିଷୟରେ ପଚରା ଯାଉଥିବା କୌଣସି ପ୍ରଶ୍ନର ଜବାବ ଫଣ୍ଡ ମ୍ୟାନେଜ୍ କରୁଥିବା ପିଏମ୍ଓ ଦେବାକୁ ମନା କରିଦେଇଥିଲେ । ଏପରିକି ସେ କହିଥିଲେ ପିଏମ୍ ଫଣ୍ଡ ରେ ସର୍ବସାଧାରଣ ହସ୍ତକ୍ଷେପ କରିବା ପାଇଁ ବ୍ୟବସ୍ଥା ନାହିଁ ।ପିଏମ୍ କେୟାର୍ ଫଣ୍ଡ ବିଷୟରେ ସମସ୍ତ ପ୍ରାଥମିକ ତଥ୍ୟ କିଏ ଜାଣିବାକୁ ଚାହିଁଲେ ଅଫିସିଆଲ୍ ୱେବ୍ସାଇଟ୍ pmcares.gov.in ରେ ଦେଖିପାରିବେ ।