ଟ୍ରମ୍ପଙ୍କ ପୁଅ ବୋରେନ କରୋନା ପଜିଟିଭ୍

ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ ଙ୍କ ପରେ ଏବେ ପୁଅ ବୋରେନ ଟ୍ରମ୍ପ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ବୋରେନଙ୍କ କରୋନା ନେଗେଟିଭ୍ ଚିହ୍ନଟ ହୋଇଥିଲା । ହେଲେ ବର୍ତ୍ତମାନ ତାଙ୍କ ଦ୍ଵିତୀୟ କରୋନା ରିପୋର୍ଟ ପଜିଟିଭ୍ ଆସିଛି। କିନ୍ତୁ ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଏନେଇ ମେଲାନିଆ ଟ୍ରମ୍ପ ସୂଚନା ଦେଇଛନ୍ତି ।

ହ୍ବାଇଟ୍ ହାଉସର ୱେବସାଇଟରେ ପୋଷ୍ଟ କରାଯାଇଥିବା ଏକ ବ୍ଲଗରେ ମେଲାନିଆ କହିଛନ୍ତି ଯେ ବାରୋନ୍ ପାଖରେ କୌଣସି କରୋନା ଜନିତ ଲକ୍ଷଣ ଦେଖାଯାଇ ନଥିଲା।

ତେବେ ରାଷ୍ଟ୍ରପତିଙ୍କ ଜଣେ ସହଯୋଗୀ ହୋପ ହିକ୍ସ ଏହି ଭୁତାଣୁ ସଂକ୍ରମିତ ହୋଇଥିବା ଖବର ପାଇବା ପରେ ଅକ୍ଟୋବର ୧ ତାରିଖ ରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ କୋଭିଡ୍ ପରୀକ୍ଷା କରିଥିଲେ । ଉଭୟ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଏହି ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଟ୍ରମ୍ପ ସୂଚନା ଦେଇଥିଲେ।

ବୋରେନଙ୍କୁ ନେଇ ମେଲାନିଆ ଟ୍ରମ୍ପ କହିଛନ୍ତି ଯେ, “ମୋର ଡର ସେତେବେଳେ ସତ ହୋଇଥିଲା, ଯେତେବେଳେ ସେ ପୁନର୍ବାର ପରୀକ୍ଷା କଲେ। ଆଉ ତାଙ୍କ ରିପୋର୍ଟ ପଜିଟିଭ ମଧ୍ଯ ଆସିଲା। ସେ ଷ୍ଟ୍ରଙ୍ଗ ଯୁବକ ଏବଂ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଗୋଟିଏ ଦୃଷ୍ଟିରୁ ମୁଁ ଖୁସି ଯେ ଆମ ତିନିଜଣ ଏକାସାଙ୍ଗରେ ଏହା ଦେଇ ଗତି କରିଛୁ, ଯାହା ଦ୍ୱାରା ଆମେ ନିଜ ନିଜର ଯତ୍ନ ନେଇପାରିବା” ବୋଲି ମେଲାନିଆ ବୁଧବାର କହିଛନ୍ତି।

ମେଲାନିଆ ଏବଂ ବୋରେନ ହ୍ବାଇଟ୍ ହାଉସରେ ଥିବାବେଳେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଟ୍ରମ୍ପଙ୍କୁ ତିନି ରାତି ଓ ଚାରି ଦିନ ଡାକ୍ତରଖାନାରେ ରହିବାକୁ ପଡିଥିଲା। ରାଷ୍ଟ୍ରପତି ବର୍ତ୍ତମାନ ଆରୋଗ୍ୟ ଲାଭ କରି ତାଙ୍କ ପ୍ରଚାର ଅଭିଯାନକୁ ଫେରିଛନ୍ତି।