ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀର ବାସିନ୍ଦା ତଥା ଯୋଗ ସାଧକ ଶ୍ରୀ ଶିବାନନ୍ଦ ବାବାଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଯୋଗ ସାଧକ ତଥା କାଶୀ ନିବାସୀ ଶିବାନନ୍ଦ ବାବାଜୀଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ଯୋଗ ଏବଂ ସାଧନା ପ୍ରତି ସମର୍ପିତ ତାଙ୍କ ଜୀବନ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେଇ ଚାଲିଥିବ । ଯୋଗ ଜରିଆରେ ସମାଜର ସେବା କରୁଥିବାରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶିବାନନ୍ଦ ବାବାଙ୍କ ଶିବଲୋକ ପ୍ରୟାଣ ସମସ୍ତ କାଶୀବାସୀ ଏବଂ ତାଙ୍କ ପ୍ରେରଣାରେ ଅନୁପ୍ରେରିତ ହୋଇଥିବା ଅନୁଗାମୀଙ୍କ ପାଇଁ ଅପୂରଣୀୟ କ୍ଷତି । ଏହି ଦୁଃଖର ସମୟରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ।”