ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନୌସେନା ଦିବସରେ ସମସ୍ତ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା । ଆମେ ଭାରତରେ ଆମର ସମୃଦ୍ଧ ସାମୁଦ୍ରିକ ଇତିହାସ ପାଇଁ ଗର୍ବିତ । ଭାରତୀୟ ନୌସେନା ଆମ ଦେଶକୁ ନିରନ୍ତର ଭାବରେ ସୁରକ୍ଷା ଦେଇଛି ଏବଂ ଆବଶ୍ୟକ ସମୟରେ ନିଜର ମାନବିକ ଆବେଗ ସହିତ ନିଜକୁ ପୃଥକ ଭାବେ ପ୍ରତିଷ୍ଠା କରିପାରିଛି ।”