ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟ ସେବା ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
କେନ୍ଦ୍ର ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏମ୍ସର ପରିଚାଳନା କାର୍ଯ୍ୟ ସମୀକ୍ଷା କରିଥିଲେ। ଏମ୍ସ ଅଧିକାରୀମାନଙ୍କ ସହିତ ମତବିନିମୟ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନାଗରିକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଇ-ସଞ୍ଜିବନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ଗରିବ ଓ ବଞ୍ଚିତ ବର୍ଗର ନାଗରିକମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବା ଲାଗି ଏମ୍ସ ଅଧିକାରୀମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଆହ୍ବାନ କରିଥିଲେ । ସେ ମଧ୍ୟ ଟେଲିମେଡ଼ିସିନ ସେବାକୁ ସୁଦୃଢ଼ କରିବା ଏବଂ ଅଧିକ ସମୟ ଧରି ଚିକିତ୍ସା ପାଇଁ ଅପେକ୍ଷା କରୁଥିବା ରୋଗୀଙ୍କ ସମସ୍ୟା ଦୂର କରିବା ଲାଗି ପରାମର୍ଶ ଦେଇଥିଲେ । ଏହାଦ୍ବାରା ଅଧିକ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ସେବା ମିଳିପାରିବ ବୋଲି ସେ କହିଥିଲେ ।
ଏହି ଅବସରରେ ଏମ୍ସ ପରିସରରେ ଏକ ବହୁମୁଖି ଅଟ୍ଟାଳିକାକୁ କେନ୍ଦ୍ର ମନ୍ତ୍ରୀ ଉଦଘାଟନ କରିଥିଲେ ଏବଂ କ୍ୟାମ୍ପସରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।