ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି….
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣକାରୀ ହେବା, ସମ୍ବିଧାନ ସଭାର ଅଧ୍ୟକ୍ଷତା କରିବା ଠାରୁ ଆରମ୍ଭ କରି ଆମର ପ୍ରଥମ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ, ସେ ଅତୁଳନୀୟ ମର୍ଯ୍ୟାଦା, ସମର୍ପଣ ଏବଂ ଉଦ୍ଦେଶ୍ୟର ସ୍ପଷ୍ଟତା ସହିତ ଆମ ଦେଶକୁ ସେବା କରିଥିଲେ। “ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ ବର୍ଷ ସରଳତା, ସାହସ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଦ୍ୱାରା ଚିହ୍ନିତ ଥିଲା। ତାଙ୍କର ଅନୁକରଣୀୟ ସେବା ଏବଂ ଦୃଷ୍ଟିକୋଣ ପିଢ଼ିକୁ ପ୍ରେରଣା ଦେଇ ଆସୁଛି”, ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:
“ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣକାରୀ ହେବା, ସମ୍ବିଧାନ ସଭାର ଅଧ୍ୟକ୍ଷତା କରିବା ଠାରୁ ଆରମ୍ଭ କରି ଆମର ପ୍ରଥମ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ, ସେ ଅତୁଳନୀୟ ମର୍ଯ୍ୟାଦା, ସମର୍ପଣ ଏବଂ ଉଦ୍ଦେଶ୍ୟର ସ୍ପଷ୍ଟତା ସହିତ ଆମ ଦେଶକୁ ସେବା କରିଥିଲେ। ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ ବର୍ଷ ସରଳତା, ସାହସ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଦ୍ୱାରା ଚିହ୍ନିତ ଥିଲା। ତାଙ୍କର ଅନୁକରଣୀୟ ସେବା ଏବଂ ଦୃଷ୍ଟିକୋଣ ପିଢ଼ିକୁ ପ୍ରେରଣା ଦେଇ ଚାଲିଛି।”