ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଟୁଟିକୋରିନ ବନ୍ଦରରେ ବନୀକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି ।
୨୦୨୨ରେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟଙ୍କ ପକ୍ଷରୁ ଟୁଟିକୋରିନ ବନ୍ଦରରେ ୧୦ ହଜାର ଚାରା ରୋପଣ କରାଯାଇଥିଲା । ଯାହା ଏବେ ବୃକ୍ଷର ରୂପ ନେଉଛନ୍ତି ଓ ଆଗାମୀ ପୀଢି ପାଇଁ ଲାଭଦାୟକ ସାବ୍ୟସ୍ତ ହେବେ ।
ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପରିବେଶ ସୁରକ୍ଷା ଦିଗରେ ଏହି ଭଲ ଓ ଦୂରଦର୍ଶୀ ଉଦ୍ୟମ ପାଇଁ @vocpa_tuticorinଙ୍କୁ ହାର୍ଦ୍ଦିକ ଶୁଭକାମନା ।”