ପ୍ରଶ୍ନପତ୍ରରେ ତ୍ରୁଟି ପରେ ଓଏସଏସସି ପରୀକ୍ଷା ବାତିଲ

ଭୁବନେଶ୍ୱର: ପ୍ରଶ୍ନପତ୍ରରେ ତ୍ରୁଟି ପରେ ଓଏସଏସସି ପରୀକ୍ଷା ବାତିଲ । ପ୍ରଶ୍ନପତ୍ରରେ ଥିଲା ବିକୃତ ଓଡିଆ ଲେଖା । ଜୋରଦାର ବିବାଦ ପରେ ବାତିଲ ହେଲା ପରୀକ୍ଷା । ସାନି ପରୀକ୍ଷା ପାଇଁ ଖୁବଶୀଘ୍ର ହେବ ତାରିଖ ଘୋଷଣା । ପ୍ରଶ୍ନପତ୍ର ତ୍ରୁଟି ପାଇଁ ଦୁଃଖ ପ୍ରକାଶ କଲା ଓଏସଏସସି । ବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଂଟାଂଟ ଗ୍ରୁପ୍ ‘ବି’ ପଦବୀ ପାଇଁ ପରୀକ୍ଷା କରିଥିଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ଯେଭଳି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରାଯାଇଥିଲା, ତାହା କିପରି ସମ୍ଭବ ହେଲା, ତାହା ମଧ୍ୟ ଆଶ୍ଚର୍ଯ୍ୟର କଥା । ପ୍ରଶ୍ନପତ୍ରର ଅକ୍ଷରଗୁଡିକ ଓଡ଼ିଆରେ ଥିଲା, କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ ବୁଝିବା ସମ୍ଭବ ନଥିଲା ।