କିସି କା ଭୋ କିସି କି ଜାନ ବକ୍ସ ଅଫିସ୍ ସଂଗ୍ରହ ୩ଦିନ: ସପ୍ତାହ ଶେଷରେ ସଲମାନଙ୍କ ଚଳଚ୍ଚିତ୍ରର ଗର୍ଜନ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍ ପ୍ରତିବର୍ଷ ଇଦ୍ ଅବସରରେ ତାଙ୍କ ପ୍ରଶଂସକମାନଙ୍କୁ ନୂଆ ଫିଲ୍ମ ଉପହାର ଦେଇଥାନ୍ତି। ଚାରି ବର୍ଷର ଦୀର୍ଘ ଅପେକ୍ଷା ପରେ ଇଦ୍ ଅବସରରେ ସଲମାନ ଖାନଙ୍କ ‘କିସି କା ଭାଇ କିସି କୀ ଜାନ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏହି ଫିଲ୍ମ ଓପନିଂ ଡେ’ଅପେକ୍ଷା ରିଲିଜର ଦ୍ୱିତୀୟ ଦିନରେ ଅଧିକ ଆୟ କରିଛି। ପ୍ରଥମ ଦିନ ବକ୍ସ ଅଫିସର ଆୟ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଦିନ ପରେ ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଖୁସିର ସମୟ ଆସିଛି। ଚିତ୍ର ତିନି ଦିନରେ ୫୦ କୋଟି ଅତିକ୍ରମ କରିଥିଲା

ଫିଲ୍ମର ନିର୍ଦ୍ଦେଶନା ଫରହାଦ୍ ସାମଜୀ ଦେଇଛନ୍ତି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ପୂଜା ହେଗ୍‌ଡେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ଭେଙ୍କଟେଶ୍ ଦଗ୍ଗୁବାତୀ, ଭୂମିକା ଚାୱଲା, ଶହନାଜ ଗିଲ୍‌, ବିଜେନ୍ଦର ସିଂହ, ପତି ବାବୁ, ରାଘବ ଜୁୟାଲ, ପଲକ ତିୱାରୀ, ସିଦ୍ଧାର୍ଥ ନିଗମ, ଜସ୍ସୀ ଗିଲ, ଅଭିମନ୍ୟୁ ସିଂହ ଏବଂ ଭୀନାଲି ଭଟନାଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ସେହିପରି ସାଉଥ ସୁପରଷ୍ଟାର ରାମ ଚରଣଙ୍କ ଝଲକ ମଧ୍ୟ ଫିଲ୍ମରେ ରହିଛି।