ହକି ଟିମର ପ୍ରାୟୋଜକ ଅବଧି ୧୦ବର୍ଷ ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆହୁରି ୧୦ ବର୍ଷ ହକି ସହ ଓଡିଶା । ହକି ଟିମ୍ ପ୍ରାୟୋଜକ ଅବଧିକୁ ଆହୁରି ୧୦ ବର୍ଷ ବଢାଇଛନ୍ତି ରାଜ୍ୟ ସରକାର । ଏନେଇ ସୋମବାର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ ନିଆଯାଇଛି । ତେବେ ଭାରତୀୟ ହକି ଦଳର ପ୍ରାୟୋଜକ ଅବଧି ବଢାଇଛି ଓଡିଶା । ଆସନ୍ତା ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା ।