ଜାନୁୟାରୀ ୨୮ରେ କାରିଆପ୍ପା ଗ୍ରାଉଣ୍ଡରେ ଏନସିସି ପିଏମ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

୨୦୨୩ ଅପରାହ୍ନ ପ୍ରାୟ ୫.୪୫ ବେଳେ କାରିଆପ୍ପା ପରେଡ ….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୮, ୨୦୨୩ ଅପରାହ୍ନ ପ୍ରାୟ ୫.୪୫ ବେଳେ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ ରାଲିକୁ ସମ୍ବୋଧିତ କରିବେ ।

 

ଚଳିତ ବର୍ଷ ଏନସିସି ସ୍ଥାପନର ୭୫ ବର୍ଷ ପାଳନ ହେଉଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏନସିସି ସ୍ଥାପନର ସଫଳ ୭୫ ବର୍ଷ ଉପଲକ୍ଷେ ଏକ ସ୍ୱତନ୍ତ୍ର ଡେ କଭର ଓ ୭୫ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ସ୍ମାରକ ମୁଦ୍ରା ଜାରି କରିବେ । ରାଲି ଦିନ ଓ ରାତିରେ ଏକ ହାଇବ୍ରିଡ କାର୍ଯ୍ୟକ୍ରମ ଭାବେ ଆୟୋଜିତ ହେବ ଏବଂ ଏଥିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଷୟବସ୍ତକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ ହେବ । ‘ବସୁଧୈବ କୁଟୁମ୍ବକମ’ର ପ୍ରକୃତ ଭାରତୀୟ ଭାବନା ଅନୁରୂପ ୧୯ଟି ବିଦେଶୀ ରାଷ୍ଟ୍ରରୁ ୧୯୬ ଅଧିକାରୀ ଓ କ୍ୟାଡେଟଙ୍କୁ ଏହି ସମାରୋହରେ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଛି