ଭବିଷ୍ୟବାଣୀ: ୨୦୨୩ ଶେଷ ଆଡ଼କୁ ମଣିଷ-ଏଲିୟନ୍‌ ଲଢେ଼ଇ…

ସୋସିଆଲ ମିଡିଆରେ ଏଭଳି ଭବିଷ୍ୟବାଣୀ ନୂଆ ନୁହେଁ…..

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୩ ଅନ୍ତିମ ଚରଣରେ ମଣିଷ-ଏଲିୟନଙ୍କ ଭିତରେ ଘମାଘୋଟ ଲଢେ଼ଇ ହେବ । ସଂପୃକ୍ତ ବ୍ୟକ୍ତି ସମୟ ଯାନରେ ଯାତ୍ରା କରି ଆଗାମୀ ଦିନର କେତୋଟି ପ୍ରମୁଖ ଘଟଣାର ପୂର୍ବାଭାଷ ପାଇଛନ୍ତି ଯାହା ସମଗ୍ର ମାନବ ଜାତି ପାଇଁ ଭୟଙ୍କର । ସୂଚନା ମୁତାବକ ସମୁଦ୍ର ଗର୍ଭରୁ ବହୁ ଆଶ୍ଚର୍ଯ୍ୟଜନକ ଜୀବ ଓ ବସ୍ତୁ ନଜରକୁ ଆସିବ । ଭୂକମ୍ପ, ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା, ଅବିଶ୍ରାନ୍ତ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟ ସାରା ବିଶ୍ୱକୁ କବଳିତ କରିବ ।

ଟିକଟକ୍‌ ପ୍ଲାଟଫର୍ମରେ ନିଜକୁ ‘ବିୟଣ୍ଡଟାଇମ୍‌ଟ୍ରାଭେଲର’ ପରିଚୟ ପ୍ରଦାନ କରୁଥିବା ବ୍ୟକ୍ତି ଦୃଢ଼ତାର ସହ କହିଛନ୍ତି ଯେ ସେ ୨୮୬୯ ମସିହାରୁ ଫେରିଛନ୍ତି । ତାଙ୍କ ମତରେ ଚଳିତ ବର୍ଷ ଆମେରିକାକୁ ବହୁତ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ । ମହାକାଶରେ ଏଲିୟନ ସହିତ ମହାକାଶ ବିଜ୍ଞାନୀ ଲଢ଼ିବେ ।

୨୦୨୩ ମାର୍ଚ୍ଚ ୧୮ ତାରିଖରେ ଆଲାସ୍କାର ଭିସିଲରରେ ରିକ୍ଟର ସ୍କେଲରେ ୮.୧ ତୀବ୍ରତା ସଂପନ୍ନ ଭୂକମ୍ପ ହେବ । ସଂପୃକ୍ତ ଇଲାକା ଏକପ୍ରକାର ଧ୍ୱଂସ ପାଇଯିବ । ୨୦୨୩ ନୁନ ୨୬ ତାରିଖରେ ପ୍ରଶାନ୍ତ ମହାସାଗରରେ ନୀଳତିମିଠାରୁ ବିରାଟ ଆକାରର ଜୀବ ଦେଖିବାକୁ ମିଳିବ ଯାହାର ଲମ୍ବ ୩୫୦ ଫୁଟ । ୨୦୨୩ ଅକ୍ଟୋବର ପହିଲାରେ ଗୁଲୁଥ ନାମକ ପ୍ରଜାତି ମଣିଷ ଦୃଷ୍ଟିରେ ପଡ଼ିବ ଯେ ମଣିଷଠାରୁ ଅଧିକ ବୁଦ୍ଧିମାନ ହୋଇଥିବ ।

ସୋସିଆଲ ମିଡିଆରେ ଏପରି ଭବିଷ୍ୟବାଣୀକୁ ଦେଖି ନାନା ଲୋକ ନାନା ମତ ପ୍ରଦାନ କରିଛନ୍ତି । କେହିକେହି ଏ ପ୍ରକାର ଭବିଷ୍ୟବାଣୀକୁ ସଂପୂର୍ଣ୍ଣ ମିଛ ଦାବି କରିଥିଲା ବେଳେ ଆଉ କେହି ୨୦୨୩ ଉଭୟ ଦେଶ ଓ ଦୁନିଆ ପାଇଁ ସବୁଠାରୁ ଲାଭଦାୟକ ରହିବ ବୋଲି କମେଂଟ କରିଛନ୍ତି । ସୋସିଆଲ ମିଡିଆରେ ଏଭଳି ଭବିଷ୍ୟବାଣୀ ନୂଆ ନୁହେଁ । ପୂର୍ବରୁ ବହୁ ଲୋକମାନେ ନାନା ପୂର୍ବାଭାଷ କରିଛନ୍ତି । ସେଥିଭିତରୁ କିଛି ସତ ହୋଇଛି ତ କିଛି କାଳ୍ପନିକ ସାବ୍ୟସ୍ତ ହୋଇଛି ।