ଘରୋଇ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ନିର୍ଦ୍ଦେଶାବଳୀ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଏହି କ୍ଷେତ୍ରରେ ଏହା ଏକ ସକାରାତ୍ମକ ବିକାଶ….
ପ୍ରପିଆଇବି , ଭୁବେନେଶ୍ଵର : ଧାନମନ୍ତ୍ରୀ, ଭାରତରେ ଗ୍ୟାସ ମୂଲ୍ୟ ଉପରେ ଆନ୍ତର୍ଜାତିକ ଗ୍ୟାସ ମୂଲ୍ୟ ବୃଦ୍ଧିର ପ୍ରଭାବ ହ୍ରାସ କରି ଉପଭୋକ୍ତାଙ୍କ ହିତସାଧନ ପାଇଁ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଘରୋଇ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତି ଦ୍ୱାରା ଉପଭୋକ୍ତାମାନେ ବହୁ ଲାଭ ପାଇବେ । ଏହି କ୍ଷେତ୍ରରେ ଏହା ଏକ ସକାରାତ୍ମକ ବିକାଶ ।”