ଗୁଡ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଭାବନାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ପ୍ରଭୁ ଯୀଶୁଙ୍କ ବିଚାରଧାରା ଲୋକଙ୍କୁ ପ୍ରେରିତ କରୁ ବୋଲି କାମନା….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୁଡ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଭାବନାକୁ ସ୍ମରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆଜି ଗୁଡ ଫ୍ରାଇଡେ ଅବସରରେ ଆମେ ସେହି ବଳିଦାନ ଭାବନାକୁ ସ୍ମରଣ କରୁଛେ, ଯାହା ପ୍ରଭୁ ଯୀଶୁଙ୍କ ପାଖରେ ଥିଲା । ସେ ଦୁଃଖ ଓ ପୀଡା ସହନ କରିଥିଲେ, ସେବା ଓ କରୁଣା ଆଦର୍ଶରୁ କେବେ ବିଚଳିତ ହୋଇନଥିଲେ । ପ୍ରଭୁ ଯୀଶୁଙ୍କ ବିଚାରଧାରା ଲୋକଙ୍କୁ ପ୍ରେରିତ କରୁ ବୋଲି କାମନା ।”