କୁଇଜ୍ ଜିଗ୍ୟାସା ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଭାରତର ପ୍ରାଚୀନ ସଭ୍ୟତା ମୂଲ୍ୟବୋଧ, ସଂସ୍କୃତି ବିବର୍ତ୍ତନ, ସମୃଦ୍ଧ ଅତୀତ ଏବଂ ଲୋକାଚାରର ଗୌରବମୟ ସମାଗମ ବିଷୟରେ ୧୭ ଭାଷାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଖେଳାଯାଇଥିôବା ବିଶ୍ୱର ସବୁଠୁ ଅନ୍ୟତମ ବଡ଼ କୁଇଜ୍ ଜିଗ୍ୟାସା ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଜିଗ୍ୟାସାର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ । ଯୁବବର୍ଗଙ୍କ ମଧ୍ୟରେ ଆମ ଇତିହାସ ଏବଂ ସଂସ୍କୃତି ବିଷୟରେ ଜ୍ଞାନ ବଢ଼ାଇବାକୁ ଏହା ଏକ ବ୍ୟାପକ ପ୍ରୟାସ । ଏହି କୁଇଜ ପାଇଁ ଏପରି ଅଦ୍ଭୁତପୂର୍ବ ପ୍ରତିକ୍ରିୟା ଦେଖି ଖୁସି ।’