୨୦୨୨-୨୩ ଆର୍ଥିକ ବର୍ଷରେ ସିଜିଟିଏମଏସଇ ଗ୍ୟାରେଣ୍ଟି ଏକ ଲକ୍ଷ କୋଟି ଛୁଇଁଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ଆମ ଅର୍ଥନୀତିକୁ ଉଚ୍ଚତାର ନୂତନ ଶିଖରକୁ ନେବା ପାଇଁ…..
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୩ ଆର୍ଥିକ ବର୍ଷରେ ସୂକ୍ଷ୍ମ ଓ ଲଘୁ ଉଦ୍ୟୋଗ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା (ସିଜିଟିଏମଏସଇ) ଏକ ଲକ୍ଷ କୋଟି ଟଙ୍କା ଛୁଇଁଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମ ଅର୍ଥନୀତିକୁ ଉଚ୍ଚତାର ନୂତନ ଶିଖରକୁ ନେବା ପାଇଁ ଯୁବପୀଢିଙ୍କ ଉଦ୍ୟୋଗୀ ମନୋଭାବ ଉପରେ ବାଜି ଲଗାଉଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏମଏସଏମଇ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମ ଅର୍ଥନୀତିକୁ ଉଚ୍ଚତାର ନୂତନ ଶିଖରକୁ ନେବା ପାଇଁ ଯୁବପୀଢିଙ୍କ ଉଦ୍ୟୋଗୀ ମନୋଭାବ ଉପରେ ବାଜି ଲଗାଉଛୁ ।”