160×600
160×600

ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ। ଆଜି ସକାଳେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ନିକଟରେ ଏକ ଗାଡ଼ିରେ ଗଞ୍ଜେଇ ବୋଝେଇ ହୋଇ ପୁରୀ ପଟକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ପେଶିଆଲ ସ୍କ୍ୱାର୍ଡ ମିଳିତ ଭାବରେ ଚଢାଉ କରି ଗାଡ଼ି ସହିତ ଏକ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରିଛନ୍ତି। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ପୁଲିସ ତଦନ୍ତ ଜାରି ରଖିଛି।