ଆସାମ ଓ ସମଗ୍ର ଉତ୍ତର-ପୂର୍ବରେ ପେଟ୍ରୋକେମିକାଲ କ୍ଷେତ୍ରର ବୃଦ୍ଧି ନିମନ୍ତେ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଆସାମକୁ ପେଟ୍ରୋକେମିକାଲ୍ସର ଏକ ପ୍ରମୁଖ ରପ୍ତାନିକାରୀ କରିବା ପ୍ରୟାସ ଭାବେ ଆସାମର ପେଟ୍ରୋକେମିକାଲ ପ୍ଲାଣ୍ଟରୁ ବାଂଲାଦେଶରୁ ପ୍ରଥମ ମିଥାନଲ୍ ପରିବହନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏହା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବର ପେଟ୍ରୋକେମିକାଲ କ୍ଷେତ୍ରକୁ ବିକଶିତ କରିବ ।’