ବର୍ଲିନରେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଗସ୍ତରେ ଯାଇ ଜର୍ମାନୀର ବର୍ଲିନରେ ପହଞ୍ôଚଛନ୍ତି । ଏହି ଅବସରରେ…..
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଗସ୍ତରେ ଯାଇ ଜର୍ମାନୀର ବର୍ଲିନରେ ପହଞ୍ôଚଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ-ଡେନମାର୍କ ଓ ଫ୍ରାନ୍ସର ୨୫ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଉକ୍ତ ବୈଠକରେ ଶକ୍ତି, ସୁରକ୍ଷା ଓ ଆର୍ଥିକ ଭଳି ଅନେକ ପ୍ରସଙ୍ଗରେ ଆଲୋଚନା ହେବ । ଏହି ଗସ୍ତ ସମୟରେ ମୋଦୀ ଜର୍ମାନୀ ଚାନ୍ସେଲର ଔଲାଫ ସ୍କେଲଜ, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁୟେଲ ମେକ୍ରୋଙ୍କୁ ଭେଟିବେ ।
ଅନ୍ୟପକ୍ଷରେ ସେଠାରେ ଥିବା ଭାରତୀୟବାସୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାମନ୍ତ୍ରୀ ମୋଦୀ ବର୍ଲିନରେ ଏକ ହୋଟେଲରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ବନ୍ଦେ ମାତରମ ଓ ଭାରତ ମାତା କି ଜୟ ନାରାରେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ । ମୋଦୀଙ୍କ ସ୍ୱାଗତ ପାଇଁ ଅନେକ ପିଲା ମଧ୍ୟ ଉପସ୍ଥିତ ଥିଲେ ।