ତରୁଣ କୁମାର ହେଲେ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ରୂପେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ରୂପେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କୁ ନୂତନ ନିଯୁକ୍ତ କରାଯାଇଛି । ପ୍ରେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଏକ ଆଦେଶରେ ଏହି ସୂଚନା ଦିଆଯାଇଛି । କ୍ୟାବିନେଟର ନିଯୁକ୍ତି ସମିତି ପ୍ରଧାମନ୍ତ୍ରୀଙ୍କ ପରାମର୍ଶଦାତା ରୂପେ କପୁରଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତରୁଣ କୁମାର କପୁରଙ୍କ ୨ ବର୍ଷ ପାଇଁ ନିଯୁକ୍ତି ମିଳିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, କପୁର ଭାରତୀୟ ପ୍ରଶାସନିକ ସେବାର ୧୯୮୭ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡରର ଅଧିକାରୀ ଥିଲେ । ସେହିପରି ସେ ଗତ ବର୍ଷ ନଭେମ୍ବର ୩୦ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ସଚିବ ପଦରୁ ଅବସର ନେଇଥିଲେ ।