୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର(ସିଏସଏମଆଇଏ) ମେ’ ୧୦ରେ ମୌସୁମୀ…

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର(ସିଏସଏମଆଇଏ) ମେ’ ୧୦ରେ ମୌସୁମୀ ପୂର୍ବର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ୬ ଘଣ୍ଟା ବନ୍ଦ ରହିବ । ୬ଘଣ୍ଟା ପାଇଁ ସମସ୍ତ ଉଡ଼ାଣ ବନ୍ଦ ରହିବ । ଏନେଇ ସୋମବାର ଦିନ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

କୁହାଯାଉଛି କି, ଏହି ଦିନ ପ୍ରାୟ ୨୦୦ ବିମାନର ସମୟରେ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । ଏହା ସହ ଯାତ୍ରୀଙ୍କ ଭଡ଼ା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏଥିପାଇଁ ଉଭୟ ରନୱେରେ ୧୦ ତାରିଖ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ବନ୍ଦ ରହିବ । ସମସ୍ତ ଏୟାରଲାଇନ୍ସକୁ ଏକ ନୋଟମ ଜାରି କରାଯାଇଛି ଓ ସେହିଦିନ ଅପରାହ୍ନ ୫ଟାରୁଦୁଇଟି ରନୱେରେ ରକ୍ଷଣାବେକ୍ଷଣ କାର୍ଯ୍ୟ ସମାପ୍ତ ହେବା ପରେ ସାମାନ୍ୟ ପରିଚାଳନା ପୁଣି ଥରେ ଆରମ୍ଭ ହେବ ।