ଇଦ୍ ଉଲ ଫିତର ପାଇଁ ସାମୁହିକ ନମାଜ ପାଠ

ପାଳନ ହେଉଛି ସଂଖ୍ୟା ଲଘୁ ସମ୍ପ୍ରଦାୟର ପର୍ବ ଇଦ ଉଲ ଫିତର ବା ଇଦ । ଦୀର୍ଘ ଗୋଟାଏ ମାସ….

ଭଦ୍ରକ : ପାଳନ ହେଉଛି ସଂଖ୍ୟା ଲଘୁ ସମ୍ପ୍ରଦାୟର ପର୍ବ ଇଦ ଉଲ ଫିତର ବା ଇଦ । ଦୀର୍ଘ ଗୋଟାଏ ମାସ ର ଉପବାସ ପରେ ଏହି ପର୍ବ ପାଳିତ ହେଉଛି । ପବିତ୍ର ରମଜାନ ମାସର ଉପବାସ ଓ ଚାନ୍ଦ ଦର୍ଶନ ପରେ ମହାସମାରୋହ ରେ ପାଳିତ ହେଉଛି ଦାନ ଓ ଧର୍ମର ପର୍ବ ଇଦ୍ ଉଲ ଫିତର । ତେବେ ଭଦ୍ରକ ଜିଲ୍ଲାରେ ଏଥର ଇଦ୍ ମହାସମାରୋହରେ ପାଳିତ ହେଉଛି । କୋଭିଡ଼ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ସାମୁହିକ ନମାଜ ପାଇଁ ଅନୁମତି ମିଳିନଥିଲା । ମାତ୍ର ୫ ଜଣ ଇଦଗାହ ଠାରେ ନମାଜ ପାଠ କରୁଥିଲେ କିନ୍ତୁ ଏଥର ଇଦଗାହ ଠାରେ ସାମୁହିକ ନମାଜ ଆୟୋଜିତ ହେଉଛି । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳୁ ମୁସଲିମ ଧର୍ମାବଲମ୍ବୀ ମାନେ ଇଦଗାହ ଠାରେ ଏକାଠି ହୋଇଛନ୍ତି । ନମାଜ ପରେ ପରସ୍ପରକୁ ଇଦ ମୁବାରକର ପରମ୍ପରା ରହିଛି ।