ସାଂଘାଇ କୋଅପରେସନ ବୈଠକରେ ଯୋଗଦାନ କରି ଅଭିଭାଷଣ ଦେବା ସମୟରେ ଅନ୍ୟ ବିଶିଷ୍ଟ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଉପସ୍ଥିତ ଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ସିଧାସଳଖ ନହେଲେ ମଧ୍ୟ ପରଦା ଉପରେ ଜିନପିଙ୍ଗଙ୍କୁ ଗାଳି ଦେଇ ମୋଦି ଆତ୍ମଶାନ୍ତି ଲାଭ କରିଛନ୍ତି ।
ଭାରତକୁ ଅକଳରେ ପକାଇବା ପାଇଁ ପାକିସ୍ତାନ ସହ ମିଶି ଚୀନ ସୀମାନ୍ତ ନିକଟ ଦେଇ ସଡ଼କ ଓ ରେଳପଥ ନିର୍ମାଣ କରୁଛି । ତା’ରି ଉପରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଚୀନର ଅଭିଳଷିତ ସୀମାନ୍ତ ସଡ଼କ ଓ ରେଳପଥ ପ୍ରକଳ୍ପ ସବୁଦିଗରୁ ଜଟିଳ ଓ ବିବାଦପୂର୍ଣ୍ଣ । ସେହି ପ୍ରକଳ୍ପ ନିର୍ମାଣ ସମୟରେ ଅନ୍ୟ ଦେଶଗୁଡ଼ିକର ସାର୍ବଭୌମତ୍ୱ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ମୋଦିଙ୍କ କହିବାକୁ ଚାହିଁଛନ୍ତି, ଚୀନ ପାକିସ୍ତାନ ସହ ହାତ ମିଳାଇ ଭାରତ ବିରୋଧୀ କାର୍ଯ୍ୟକଳାପରେ ବ୍ୟସ୍ତ ରହୁଛି । ଚୀନର ଏହି ହୀନ ଉଦ୍ଦେଶ୍ୟ ସାରା ଏସିଆ ପାଇଁ ମୁଣ୍ଡବିନ୍ଧାର କାରଣ ହେବ । ସିଧାସଳଖ ନହେଲେ ବି ମୋଦି ଭର୍ଚୁଆଲି ଯାହା କହିଲେ, ତାହା ଶୁଣି ଜିନପିଙ୍ଗ ମନେମନେ ରାଗି ଯାଇଥିବେ । ମନ କହୁଥିବ, ସାମ୍ନାରେ ପଡ଼ିଥିଲେ, ଦେଖିବା କାମ କରି ଦେଇଥାନ୍ତି ।