ଶୌଚାଳୟକୁ ଅମୃତାଳୟ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଜୀ

‘ପ୍ରଧାନମନ୍ତ୍ରୀ କ୍ଷମତାରେ ଅଛନ୍ତି ମାନେ ନରେନ୍ଦ୍ର ମୋଦୀ …

ଲକ୍ଷେ୍ନø: ‘ପ୍ରଧାନମନ୍ତ୍ରୀ କ୍ଷମତାରେ ଅଛନ୍ତି ମାନେ ନରେନ୍ଦ୍ର ମୋଦୀ ଯାହା ଚାହିଁବେ କରିପାରିବେ । ରାଷ୍ଟ୍ରପତିଙ୍କ ମୁହଁରେ ମୋଗଲ ଗାର୍ଡେନକୁ ‘ଅମୃତ ଉଦ୍ୟାନ’ ଘୋଷଣା କରିଦେଲେ । ମୁଁ ଚାହୁଁଛି ଆଗ୍ରା-ଲକ୍ଷେ୍ନø ଏକ୍ସପ୍ରେସ ୱେ’କୁ କେନ୍ଦ୍ର ସରକାର ଅମୃତ ଏକ୍ସପ୍ରେସ ୱେ’ ନାମରେ ନୂତନ ପରିଚୟ ପ୍ରଦାନ କରନ୍ତୁ ।’ ମିଡିଆ ଆଗରେ ଏପରି ମନ୍ତବ୍ୟ ପ୍ରଦାନ କରିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

 

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ପୁଣି ଅଭିଯୋଗ କରିଛନ୍ତି, ବିଜେପି ସରକାର ଯାହା ଉଚିତ ମନେକରିବେ ତାହା ତତ୍‌କ୍ଷଣାତ କରି ଦେଇପାରିବେ । ଦରକାର ପଡ଼ିଲେ ଆମର ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରିପାରିବେ । ଆମକୁ ବିଧର୍ମୀ ଘୋଷଣା କରିପାରିବେ । ସପା କ୍ଷମତାରେ ଥିଲାବେଳେ ଯୋଉ କାମ କରିଛି, ସେଗୁଡ଼ିକର ନାମ ବଦଳାଇ ଦେଇପାରିବେ । ଅମୃତ ମ୍ୟୁଜିୟମ, ଅମୃତ ଇଞ୍ଜିିନିୟରିଂ କଲେଜ, ଅମୃତ ପରିସ୍ରାଗାର ଭାବେ ନାମକରଣ କରିପାରିବେ । ମାତ୍ର ୟୁପିର ଯୋଗୀ ସରକାର ପୁଲିସ ହାଜତରେ ପ୍ରାଣ ହରାଇଥିବା ବଲବନ୍ତ ସିଂହଙ୍କ ପରିବାରକୁ ସାହାଯ୍ୟ କରି ପାରୁନାହାନ୍ତି । ବଲବନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରିଟିଏ ଦେଇ ପାରୁନାହାନ୍ତି ।