ନୂଆଦିଲ୍ଲୀ : ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏ କଥା ଟ୍ବିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି , ‘ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବି। ଆପଣମାନେ ନିଶ୍ଚୟ ଯୋଡି ହେବେ।’ ଏବେ ମୋଦିଙ୍କ ଏ ଟ୍ବିଟ ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କେଉଁ ବିଷୟରେ ସେ ଆଲୋଚନା କରିବେ ତାକୁ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି।
ଆଗକୁ ପାର୍ବଣ ଋତୁ ପାଖେଇ ଆସୁଥିବାରୁ କରୋନା ପାଇଁ କିଛି ନୂଆ ନିୟମ ଆଣିପାରନ୍ତି ବୋଲି ମଧ୍ୟ ଆଶା ରହିଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ଗୋଷ୍ଠି ସଂକ୍ରମଣ ବାବଦରେ ବି ଆଲୋଚନା କରିପାରନ୍ତି। ମାର୍ଚ ମାସରୁ ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ପାଞ୍ଚ ଥର ଦେଶବାସୀଙ୍କୁ ସମ୍ବୋଧିତ କରିସାରିଲେଣି।