ଏଣିକି ଶ୍ରୀମନ୍ଦିରର ମହାପ୍ରସାଦ ପାଇପାରିବେ ଭକ୍ତ

ପୁରୀ (ଏସ ନ୍ୟୁଜ) : ଭକ୍ତମାନଙ୍କ ପାଇଁ ଖୁସି ଖବର । ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ଆଜି ହଟାଯାଇଛି । ଏନେଇ ସୁଆର ମହାସୁଆର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି ।

ଏଣିକି ମହାପ୍ରସାଦ ପାଇଁ ଭକ୍ତାମାନେ ବରାଦ କରିପାରିବେ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ମହାମାରୀ କରୋନା କାରଣରୁ ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇବା ଓ ବିକ୍ରୟ ପାଇଁ କଟକଣା ଲଗାଯାଇଥିଲା ।