ଆସନ୍ତା ୨୪ରେ ଜାମ୍ମୁ-କଶ୍ମୀର ଯିବେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାମ୍ମୁ-କଶ୍ମୀର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାମ୍ମୁ-କଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜାମ୍ମୁ-କଶ୍ମୀର ପୋଲିସ ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ଅବସରରେ ଜାମ୍ମୁ-କଶ୍ମୀର ଗସ୍ତ କରିବେ ।
ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ସାମ୍ବା ଜିଲ୍ଲାର ପାଲୀ ଗାଁରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାମ୍ମୁ-କଶ୍ମୀରଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ଗସ୍ତ ହେବ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଜାମ୍ମୁ-କଶ୍ମୀର ବାସୀଙ୍କ ସୁରକ୍ଷା ଓ ବିକାଶ ପାଇଁ ସବୁ ବେଳେ ଉଦ୍ୟମ କରୁଛି । ଅନ୍ୟପକ୍ଷରେ ରାଜ୍ୟରେ ଅନେକ ଗୁଡିଏ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନରେ ବୈପ୍ଲବିକ ପରିବର୍ତ୍ତନ ଆସିଛି ।