ଏସୀୟ ପାରା ଗେମ୍ସରେ ଭାଗ ନେଉଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଏସୀୟ ପାରା ଗେମ୍ସରେ ଭାଗ ନେଉଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଏସୀୟ ପାରା ଗେମ୍ସ ଆରମ୍ଭ ହେଉଥିବାବେଳେ ମୁଁ ଅତୁଳନୀୟ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି । ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକ ଆଥଲେଟଙ୍କ ଜୀବନ ଯାତ୍ରା ପ୍ରେରଣାଦାୟକ । ସେମାନେ ଭାରତୀୟ ଖେଳ ଭାବନାର ପ୍ରକୃତ ମହତ୍ତ୍ୱର ଝଲକ ଦେଖାଇବେ ବୋଲି ଆଶା ।’