ଭି.କେ ପାଣ୍ଡିଆନ ଙ୍କ ସ୍ୱେଚ୍ଛାକୃତ ଅବସର ମଞ୍ଜୁର

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି-ସଚିବ ଭିକେ ପାଣ୍ଡିଆନ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବାରୁ ଶ୍ରୀପାଣ୍ଡିଆନ ଅବସର ନେଇଛନ୍ତି । ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଞ୍ଜୁର କରିଛି ।

5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ VRS ଅନୁମତି ମିଳିଛି । ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରାଳୟର ଅନୁସଚିବ । VRS ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର ହୋଇଥିବା ସୂଚନା ଦିଆଯାଇଛି । ଅକ୍ଟୋବର ୨୦ରେ ରାଜ୍ୟ ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି।