ହାଥ୍‌ରସ୍ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବେ ରାହୁଲ୍‌ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ହାଥ୍‌ରସ୍‌ର ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭେଟିବାକୁ ଅନୁମତି। ସେମାନଙ୍କ ସାଥୀରେ ଅନ୍ୟ ତିନିଜଣ କଂଗ୍ରେସ ନେତାଙ୍କୁ ମଧ୍ୟ ଉତ୍ତରପ୍ରଦେଶ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। କେ.ସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଏବଂ ପିଏଲ୍‌ ପୁନିଆ ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସହ ଯାଇଛନ୍ତି ।

ଏନେଇ ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କରି ଲେଖିଥିଲେ: ଶୋକସନ୍ତପ୍ତ ପରିବାରକୁ ଭେଟି ସେମାନଙ୍କ ଦୁଃଖ ଶୁଣିବାକୁ ହାଥ୍‌ରସ୍‌ ଯିବାଲାଗି ଦୁନିଆରେ କେହି ମତେ ଅଟକାଇ ପାରିବେ ନାହିଁ।

ଅପରାହ୍ଣ ଦୁଇଟା ପରେ କଂଗ୍ରେସ ନେତା ରାହୁଲ୍ ଓ ପ୍ରିୟଙ୍କା ପୀଡ଼ିତାଙ୍କ ପରିବାରର ଲୋକମାନଙ୍କୁ ଭେଟିବାକୁ ସେମାନଙ୍କ ଗାଁ ଅଭିମୁଖେ ବାହାରିଥିଲେ। ଯିବା ସମୟରେ ପ୍ରିୟଙ୍କା କହିଥିଲେ, ଯଦି ଏଥର ଛଡ଼ା ନ ଯାଏ, ପୁଣି ଥରେ ଯିବାକୁ ଚେଷ୍ଟା କରିବି।ପ୍ରିୟଙ୍କା ନିଜେ କାର୍‌ ଚଳାଇ ହାଥ୍‌ରସ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ଅନେକ କଂଗ୍ରେସ ନେତା ଓ କର୍ମୀ ସ୍ଲୋଗାନ ଦେଇ ସେମାନଙ୍କ ପଛେ ପଛେ ଯାତ୍ରା କରୁଥିଲେ। ଏଥିଲାଗି ଦିଲ୍ଲୀ-ନଇଡ଼ା କରିଡର୍‌ରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାନ୍ତରେ ବେରିକେଡ୍‌ ବ୍ୟବସ୍ଥା କରାଯାଇଛି ।