ଓଡିଶାରେ ମାଓ ମୁକାବିଲା ସ୍ଥିତି ସମୀକ୍ଷା କଲେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା

ଭୁବନେଶ୍ୱର(ଏସ୍ ନ୍ଯୁଜ): ରାଜ୍ୟରେ ମାଓ ମୁକାବିଲାକୁ ନେଇ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ଅଧ୍ୟକ୍ଷତା କରିଛନ୍ତି।


କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ମାଓ ଗତିବିଧି ନେଇ ମାଓ ରଣନୀତି ଉପରେ ଆଲୋଚନା କରାଯାଇଛି। ମାଓ ମୁକାବିଲା ଲାଗି କେନ୍ଦ୍ର ସରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଜୟ କୁମାର ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ ମାଓ ଦମନ ଲାଗି ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସମନ୍ଵୟ ରଖି କାମ କରାଯିବାର ଆବଶ୍ୟକ ରହିଛି ।

ତେବେ ଏହି ବୈଠକରେ ସିଆରପିଏଫ ଡିଜି ଏ.ପି. ମାହେଶ୍ୱରୀ, ଓଡ଼ିଶା ଡିଜିପି ଅଭୟ, ସିଆରପିଏଫ୍‌ ସ୍ପେଶାଲ ଡିଜି କୁଲଦୀପ ସିଂହ, ବିଏସ୍‌ଏଫ ଏଡିଜି ଏସ୍‌.ଏଲ୍‌. ଥାଓସେସ୍‌, ଓଡ଼ିଶା ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.କେ ଶର୍ମା ଓ ଆଇଜି (ଅପରେସନ୍‌) ଅମିତାଭ୍‌ ଠାକୁର ଉପସ୍ଥିତ ଥିଲେ।