ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଲାଗି ସବୁ ରାଜନୈତିକ ଦଳ ଭୋଟ ହାତେଇବାକୁ ବିଭିନ୍ନ ପ୍ରତିଶ୍ରୃତି ଦେଉଛନ୍ତି । ଏନେଇ କଂଗ୍ରେସ ପକ୍ଷରୁ ମଧ୍ୟ ମହିଳା ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ବଡ ବଡ ଘୋଷଣା ଜାରି କରାଯାଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଲକ୍ଷେ୍ନøରେ ସାମ୍ବାଦିକ ସମ୍ମିଳନୀରେ ମହିଳାଙ୍କ ସଶକ୍ତିକରଣ ଉପରେ ଘୋଷଣା ପତ୍ର ଜାରି କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କଂଗ୍ରେସ ମହିଳାଙ୍କୁ ୪୦% ଟିକେଟ ଦେବ । ସେହିପରି ମହିଳାଙ୍କୁ ୫୦ ପ୍ରତିଶ୍ରୁତି ଚାକିରୀ ଦେଉଥିବା ସଂସ୍ଥାକୁ ଆଶ୍ୱସ୍ତି ମିଳିବ । ଚାକିରିଆ ମହିଳାଙ୍କ ପାଇଁ ଛାତ୍ରାବାସ ତିଆରି େହବ ।
ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ସ୍ମାର୍ଟଫୋନ ଦିଆଯିବ । ସ୍ନାତକରେ ଆଡ଼ମିଶନ କରିଥିବା ପ୍ରତ୍ୟେକ ଝିଅମାନଙ୍କୁ ସ୍କୁଟି ମିଳିବ । ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯିବ ଯେପରି ସେମାନେ ସଶକ୍ତ ହେବେ । ସେହିପରି ୩ଟି ସିଲିଣ୍ଡର ଫ୍ରି ଦିଆଯିବ । ଗ୍ରାମ ପଞ୍ଚାୟତରେ ମହିଳା ଓ ଗରିବଙ୍କୁ ଫ୍ରି ଇଣ୍ଟରନେଟ ଦିଆଯିବ । ପୋଲିସରେ ୨୫ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ଅନ୍ୟପକ୍ଷରେ ସବୁ ଥାନାରେ ମହିଳା କନେଷ୍ଟବଳ ନିୟୋଜିତ ହେବେ । ଏହାସହ ମହିଳାଙ୍କୁ ଶସ୍ତା ଋଣ, ଚାକିରିଆ ମହିଳାଙ୍କ ପାଇଁ ୨୫ ସହରରେ ଛାତ୍ରାବାସ, ୧୦ ହଜାର ମାନପତ୍ର ସହ ରାସନ ଦୋକାନରେ ୫୦ ପ୍ରତିଶତ ସଞ୍ଚାଳନ ମହିଳାଙ୍କ ଦ୍ୱାରା ହେବ । ଉତ୍ତର ପ୍ରଦେଶରେ ୮ ଲକ୍ଷ ମହିଳାଙ୍କୁ ରୋଜଗାର ମିଳିବ । ମହିଳାଙ୍କୁ ମନରେଗାରେ ପ୍ରାଥମିକତା ମିଳିବ । ସରକାରୀ ପଦବୀରେ ୪୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ । ମହିଳାଙ୍କ ପାଇଁ ୧୦ ଆବାସିକ ଖେଳ ଏକାଡେମୀ, ଝିଅମାନଙ୍କ ପାଇଁ ଇଭିନିଙ୍ଗ ସ୍କୁଲ ଖୋଲାଯିବ, ମହିଳାଙ୍କ ପାଇଁ ଫ୍ରି ବସ ସେବା ଦିଆଯିବ ବୋଲି ପ୍ରିୟଙ୍କା ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି ।