ଆଇପିଏଲ ଖେଳିବେ ଏଜାଜ ପଟେଲ!

ମୁମ୍ବାଇ: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ୍‌ ପଟେଲ ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ ୧୦ଟି ଯାକ ୱିକେଟ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଏଜାଜ୍‌ଙ୍କ ଏହି ସଫଳତାକୁ ନେଇ ଚର୍ଚ୍ଚା ସହ ପୂର୍ବତନ ଖେଳାଳି ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ଗୋଟିଏ ଇନିଂସରେ ୧୦ଟି ୱିକେଟ ନେବାରେ ସେ ତୃତୀୟ ଖେଳାଳି । ତେବେ ବଡ କଥା ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଏଣ୍ଟ୍ରି କରିପାରନ୍ତି ଏଜାଜ । ଏ ନେଇ ସେ ଗ୍ରୀନ ସିଗନାଲ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଖେଳିବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ଯଦି ମୋତେ ଆଇପିଏଲରେ ଖେଳିବାକୁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚୟ ଖେଳିବି । ସେହିପରି ସେ ଆହୁରି କହିଛନ୍ତି ଯେ, ଆଇପିଏଲ ସମଗ୍ର ବିଶ୍ୱରେ ସମସ୍ତେ ପସନ୍ଦ କରନ୍ତ । ଏହା ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି ।