ବାଧ୍ୟତାମୂଳକ ଟିକାକରଣକୁ ନେଇ କାନଡାରେ ପ୍ରତିବାଦ

ଅଟୱା: ବାଧ୍ୟତାମୂଳକ ଟିକାକରଣକୁ ବିରୋଧ କରି ବ୍ୟାପକ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ଅନ୍ୟପକ୍ଷରେ ପାର୍ଲାମେଣ୍ଟ ହିଲରେ ପ୍ରତିବାଦ ଉଗ୍ରରୂପ ହେବାରୁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ରାଜଧାନୀ ଛାଡି ଏକ ଗୁପ୍ତ ସ୍ଥାନକୁ ପଳାଇଥିବା ଏକ ରିପୋର୍ଟରେ ଜଣାପଡିଛି । ଫ୍ରିଡମ କନଭୟ ନାମରେ ଆରମ୍ଭ ହୋଇଥିବା ପ୍ରତିବାଦରେ ସରକାରଙ୍କ କୋଭିଡ କଟକଣା ବିରୋଧରେ ବ୍ୟାପକ ପ୍ରତିବାଦ ପ୍ରଦର୍ଶନ କରାଯାଉଛି ।

ସେହିପରି ସୀମାପାରିରୁ ଟ୍ରକ ନେଇ ଆସୁଥିବା ଡ୍ରାଇଭର୍‌ଙ୍କ ପାଇଁ ବାଧ୍ୟତାମୂଳକ ଟିକାକରଣ କରାଯାଇଥିବାରୁ ସେମାନେ ଏହି ବ୍ୟାପକ ପ୍ରତିବାଦ ଚଳାଇଛନ୍ତି । ଅନ୍ୟପକ୍ଷରେ ବାଧ୍ୟତାମୂଳକ କୋଭିଡ୍‌-୧୯ ଟିକାକରଣର ଅବସାନ ଘଟାଇବାକୁ ଆହ୍ୱାନ ଦେଇ ରାଜଧାନୀ ନଗରୀରେ ହଜାର ହଜାର ଟ୍ରକ୍‌ ଚାଳକ ଓ ଅନ୍ୟ ପ୍ରତିବାଦକାରୀ ଏକତ୍ର ହୋଇଥିଲେ । ସେହିପରି ଏହି ପ୍ରତିବାଦରେ ବୟସ୍କ ବ୍ୟକ୍ତି ଏବଂ ଭିନ୍ନକ୍ଷମ ମଧ୍ୟ ସାମିଲ ହୋଇଥିଲେ । କାନଡୀୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ କରିଛି ।