ସାଧାରଣ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ : ଭକ୍ତଙ୍କ ଲାଗି ଆଜିଠୁ ଖୋଲିଲା ଶ୍ରୀମନ୍ଦିର। କଟକଣା କୋହଳ ପରେ ସାଧାରଣ ଦର୍ଶନ ପାଇଁ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର । ବଡଦେଉଳକୁ ପ୍ରବେଶ ପାଇଁ ଟିକାର ଦୁଇଟି ଡୋଜ୍ କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର ।

କରୋନାର ତୃତୀୟ ଲହରରେ ସଂକ୍ରମଣ ବ୍ୟାପିବାରୁ ଜାନୁଆରୀ ୧୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା।  ତେବେ ବର୍ତ୍ତମାନ, ସ୍ଥିତିରେ ସୁଧାର ଆସିଥିବାରୁ ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁସାରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲାଯାଇଛି ଶ୍ରୀମନ୍ଦିର। ପ୍ରଥମ ଦିନରୁ ଭକ୍ତଙ୍କ ଗହଳି ଅନୁମାନ କରାଯାଉଥିବାରୁ ଏହା ପୂର୍ବରୁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ।

ପୁରୀର ସ୍ଥାନୀୟ ବାସିନ୍ଦା ପଶ୍ଚିମ ଦ୍ୱାର ଦେଇ ମନ୍ଦିର ପ୍ରବେଶ ରିପାରିବେ।  ସାନିଟାଇଜେସନ ପାଇଁ ପୂର୍ବ ଭଳି  ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସେହିପରି ପ୍ରସିଦ୍ଧ ଶକ୍ତିପୀଠ ମା ସମଲେଶ୍ୱରୀଙ୍କ ପୀଠରେ ମଧ୍ୟ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି । କଟକଣା ଭିତରେ ଶ୍ରଦ୍ଧାଳୁମାନେ କୋଭିଡ୍ କଟକଣା ମାନି ସମଲେଶ୍ୱରୀଙ୍କ ଦର୍ଶନ କରୁଛନ୍ତି । ପ୍ରଶାସନର ନିଷ୍ପତି ଅନୁସାରେ ସକାଳ ୬ଟାରୁ ୧୧ଟା ୩୦ , ଅପରାହ୍ନ ୧ଟା ସନ୍ଧ୍ୟା ୭ଟା ୩୦ ଯାଏ ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରିପାରିବେ । ତେବେ ଗୁରୁବାର ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ତେବେ ମନ୍ଦିର ସାନିଟାଇଜେସନ ପାଇଁ ପ୍ରତି ଗୁରୁବାର ବନ୍ଦ ରହିବ।