ଗିରଫ ହେଲେ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ
ଗିରଫ ହେବା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କୁ ବରଖାସ୍ତ କରିଥିଲେ…
ଚଣ୍ଡୀଗଡ: ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ତାଙ୍କ ପଦରୁ ବରଖାସ୍ତ କରିବା ପରେ ଏବେ ଗିରଫ କରାଯାଇଛି । ଭ୍ରଷ୍ଟାଚାର ମାମଲାରେ ଦୁର୍ନୀତି ନିବାରଣ ବ୍ରାଞ୍ଚ ସିଙ୍ଗଲାଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଗିରଫ ହେବା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କୁ ବରଖାସ୍ତ କରିଥିଲେ । ପୁଲିସଙ୍କୁ ତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ମୁଁ ମନ୍ତ୍ରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ମୁଁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଉଛି ।