ଲାଲୁଙ୍କ ପ୍ରତି ସହାନୁଭୂତି ପ୍ରକଟ କଲେ ମମତା

ଲାଲୁଙ୍କ ପରିବାରଙ୍କ ଉପରେ ସିବିଆଇ ଚଢ଼ାଉକୁ ନେଇ ବିଜେପି ସରକାର ଉପରେ ଆକ୍ରମଣ…

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଏବଂ ରାବିଡ଼ି ଦେବୀ ପରିବାର ପ୍ରତି ସହାନୁଭୂତି ପ୍ରକଟକରିଛନ୍ତି । ସେ ଲାଲୁଙ୍କ ପରିବାରଙ୍କ ଉପରେ ସିବିଆଇ ଚଢ଼ାଉକୁ ନେଇ ବିଜେପି ସରକାର ଉପରେ ଆକ୍ରମଣ କରିଛନ୍ତି । ସେ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଦୂରୁପଯୋଗ ହେଉଛି ବୋଲି ଅଭିଯୋଗ କରି କହିଛନ୍ତି ବିଜେପି ସରକାର ଦେଶର ସଂଗୀୟ ଢାଞ୍ଚାକୁ ଧ୍ୱଂସ୍ତ କରିବାରେ ଲାଗିଛନ୍ତି । ସେଦେଶର ଏଜେନ୍ସି ଗୁଡ଼ିକର ଦୂରୁପଯୋଗ କରି ରାଜ୍ୟ ଗୁଡ଼ିକର ମାମଲାରେ ଦଖଲ ଦେଉଛନ୍ତି ।