କରୋନାକୁ ସଫଳତାର ସହ ସାମ୍ନା କରିଛି ଭାରତ: ବାଇଡେନ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନଥୋନୀ ଅଲବନୀଜ କହିଛନ୍ତି ଯେ ଭାରତ ଅନ୍ୟ ଦେଶକୁ ଯୋଗାଣ…

ନୂଆଦିଲ୍ଲୀ: ଟୋକିଓରେ ଆୟୋଜିତ ହୋଇଥିବା କ୍ୱାଡ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରୋନା ସଂକ୍ରମଣ ମହାମାରୀକୁ ସଫଳତାପୂର୍ବକ ସାମ୍ନା କରୁଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ସେହିପରି କରୋନା ମହାମାରୀକୁ ସାମ୍ନା କରିବାରେ ଚୀନର ବିଫଳତା ଓ ଭାରତ ସଫଳତାକୁ ମଧ୍ୟ ତୁଳନା କରିଥିଲେ । ସେହିପରି ଜୋ ବାଇଡେନ କହିଛନ୍ତି ଯେ ଲୋକତନ୍ତ୍ରରେ କିଛି ବି ସମ୍ଭବ ବୋଲି ମୋଦୀଙ୍କ ସଫଳତା ସମଗ୍ର ବିଶ୍ୱକୁ ଦେଖାଇଛି ।

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନଥୋନୀ ଅଲବନୀଜ କହିଛନ୍ତି ଯେ ଭାରତ ଅନ୍ୟ ଦେଶକୁ ଯୋଗାଣ କରାଯାଇଥିବା ଭ୍ୟାକ୍ସିନ ଯୋଗୁ ଗ୍ରାଉଣ୍ଡ ଲେଭଲରେ ତାରତମ୍ୟ ଦେଖିବାକୁ ମିଳିଛ । କରୋନା କାଳରେ ଭାରତର ଯୋଗଦାନକୁ ପ୍ରଶଂସା କରିବା ସହ କ୍ୱାଡ ଭ୍ୟାକ୍ସିନେସନ ଅନ୍ତର୍ଗତ ଦିଆଯାଇଥିବା ଭାରତ ନିର୍ମିତ ଟିକାକୁ ନେଇ ନିକଟରେ ଥାଇଲାଣ୍ଡ ଓ କବୋଡିୟା ଆଭାର ବ୍ୟକ୍ତି କରିଥିବା ଜାପାନ ପ୍ରଧାନମନ୍ତ୍ରୀ କିଶିଦା କହିଛନ୍ତି ।