ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୦ରୁ କରୋନା ଯୋଦ୍ଧା, ବୟସ୍କ ଓ ବହୁବିଧ ରୋଗରେ ପୀଡିତ ଲୋକଙ୍କୁ ଟିକାର ବୁଷ୍ଟର ଡୋଜ୍ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହାସହ ଆସନ୍ତା ୩ରୁ ୧୫ରୁ ୧୮ ବର୍ଷ ବୟସ ପିଲାମାନଙ୍କର ମଧ୍ୟ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଷ୍ଟର ଡୋଜ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସ୍ୱାଗତ କରିଛନ୍ତି । କେନ୍ଦ୍ର ସରକାର ବୁଷ୍ଟର ଡୋଜ ପାଇଁ ସେ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ରାହୁଲ ଗାନ୍ଧୀ ଖୁସିବ୍ୟକ୍ତ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ ଯୋଗେ ରାହୁଲ କହିଛନ୍ତି କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ସମ୍ପର୍କରେ ମୋ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏହା ଏକ ସଠିକ ପଦକ୍ଷେପ । ଦେଶର ପ୍ରତି ଲୋକଙ୍କ ପାଖରେ ସୁରକ୍ଷିତ ଟିକା ଓ ବୁଷ୍ଟର ଡୋଜ୍ ପହଞ୍ଚିବା ଦରକାର ।