ନୂଆଦିଲ୍ଲୀ: ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପାର୍ଥୀ ହରିବଂଶ ନାରାୟଣ ସିଂହକୁ ବିଜେଡିର ସମଥର୍ନ ମିଳିଛି । ସମର୍ଥନ ନେଇ ଘୋଷଣା କରିଛନ୍ତି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ନବୀନଙ୍କ ସହ ଆଜି ପୁଣି ଥରେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ସମର୍ଥନ ନେଇ ଫୋନ ଯୋଗେ ନବୀନଙ୍କ ସହ କଥା ହୋଇଥିଲେ ନୀତିଶ । ଏନ.ଡ଼ି.ଏ ପକ୍ଷରୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି ।
ସୂଚନା ଥାଉକି , ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୩ ଜଣ ନିର୍ବାଚିତ ସଭ୍ୟ ହୋଇଥିବାବେଳେ ୧୨ ଜଣ ମନୋନୀତ ସଦସ୍ୟ ଅଛନ୍ତି । ସେଥିରୁ ବିଜେପିର ୮୬ ମିିଶି ଏନଡିଏର ୧୧୬ ଜଣ ରହିଛନ୍ତି । ବିଜେଡିର ସମର୍ଥନ ପରେ ରାଜ୍ୟସଭାରେ ହରିବଂଶଙ୍କ ସପକ୍ଷରେ ଏହି ସଂଖ୍ୟା ୧୨୫ରେ ପହଁଚିଛି ।
ଅନ୍ୟପଟେ ହରିବଂଶଙ୍କ ବିପକ୍ଷରେ ୟୁପିଏ ଓ ବିରୋଧୀ ଦଳ ପକ୍ଷରୁ ଆରଜେଡି ସାଂସଦ ମନୋଜ ଝାଙ୍କୁ ପ୍ରାର୍ଥୀ କରାଯାଇଛି। ରାଜ୍ୟସଭାରେ ୟୁପିଏର ୬୦ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ୬୭ ରହିଛି । ଏମାନଙ୍କ ମଧ୍ୟରୁ ବିଜେଡିର ୯ ଜଣ ସଭ୍ୟ ଥିବାବେଳେ , ଏଆଇଡିଏମକେର ୮, ୱାଇଏସଆରସିପିର ୬ ଓ ଟିଆରଏସର ୭ ଜଣ ସଭ୍ୟ ରହିଛନ୍ତି । ଏହି ଦଳମାନେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି।