ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ଯୋଗୁଁ ଡ୍ରଗ୍ସ ନେଉଥିଲେ ସୁଶାନ୍ତ: ରିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ବଡ ଖୁଲାସା। କେବେ ଓ କେମିତି ସୁଶାନ୍ତ ନେଉଥିଲେ ଡ୍ରଗ୍ସ ତାକୁ ନେଇ ଅନେକ ଖୁଲାସା କରିଛନ୍ତି ରିୟା । ଏହାକୁ ନେଇ ବଲିଉଡର ବଡ଼ ବଡ଼ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ନାଁ ନେଇଛନ୍ତି ରିୟା ।

ରିୟା ଜେରା ସମୟରେ କହିଛନ୍ତି ଯେ, ବଡ଼ ବଡ଼ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ଯୋଗୁଁ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ସୁଶାନ୍ତ। ସେହି ନିର୍ଦ୍ଦେଶକ ଓ ନିର୍ମାତା ମାନେ ସୁଶାନ୍ତକୁ ଏମିତି କିଛି ପାର୍ଟିକୁ ନେଇକି ଯାଉଥିଲେ ଯେଉଁଠାରେ ପ୍ରଚୁର ପରିମାଣର ଡ୍ରଗ୍ସ ବ୍ୟବହାର ହେଉଥିଲା। କେବଳ ସେତିକି ନୁହେଁ ସେ ଯାଉଥବା ପାର୍ଟିରେ କୋକେନ, ଏଲଏସଜି ଓ ଗଂଜେଇ ବ୍ୟବହାର ମଧ୍ୟ କରାଯାଉଥିଲା। ସେ ତାଙ୍କ ସହ ପ୍ରେମ ସମ୍ପର୍କରେ ରହୁଥିବ ବେଳେ ହିଁ ସୁଶାନ୍ତ ଏ ସମ୍ପର୍କରେ କହିଥିଲେ। ସବୁଠାରୁ ବଡ କଥା ହେଉଛି ସୁଶାନ୍ତ ” Lonavala ” ଫାର୍ମହାଉସଟି ପାର୍ଟି ପାଇଁ ନେଇଥିଲେ। ଆଉ ଏହି ଫାର୍ମହାଉସ ରେ ଅନେକ ଥର ଡ୍ରଗ୍ସ ପାର୍ଟି ହୋଇଛି ।

ଅନ୍ୟପଟେ ଜେରା ବେଳେ ଅନେକ ଖ୍ୟାତନାମା କଳାକାରଙ୍କ ନାଁ ନେଇଥିଲେ ରିୟା । ଏପରିକି ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରକୁଲପ୍ରୀତ ସିଂହ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା ଡ୍ରଗ୍ସ ସେବନ କରୁଥିବା ଏନସିିବି ଆଗରେ ଦାବି ମଧ୍ୟ କରିଥିଲେ। ବର୍ତ୍ତମାନ ବଡ ବଡ ନିର୍ମାତା ଓ ନିର୍ଦ୍ଦେଶକଙ୍କ ନାଁ ରିୟା ନେଇଥିବା ବେଳେ ବଲିଉଡର ଏହି ବଡ ହସ୍ତୀ ନାଁ ପଦାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।