ରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏକି ଏହାର ଯକ୍ଷ୍ମା ଭାରର ଆକଳନ କରିବା ପାଇଁ ନିଜସ୍ୱ କୌଶଳ ବିକାଶ କରିଛି : ଡଃ ମନସୁଖ ମାଣ୍ଡଭିୟ
ଯକ୍ଷ୍ମା ମହାମାରୀ ଉପରେ ଭାରତର ସକ୍ରିୟ ପ୍ରତିକ୍ରିୟା ଉପରେ ଆଲୋକପାତ କରି ଡଃ ମାଣ୍ଡଭିୟ କହିଛନ୍ତି, “ଚଳିତ ବର୍ଷ ଆମେ ଭାରତରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିଥିଲୁ , ଯେଉଁଥିରେ ବାଧ୍ୟତାମୂଳକ ଭାବେ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟର ଲୋକାଚାର ଉପରେ ଆଲୋକପାତ କରା ଯାଇଥିଲା, ଯାହା ଉପରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ ବିଶ୍ୱାସ କରନ୍ତି । ” ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏକି ଏହାର ଯକ୍ଷ୍ମା ଭାରର ଆକଳନ ପାଇଁ ନିଜସ୍ୱ କୌଶଳ ବିକଶିତ କରିଛି । ସ୍ଥାନୀୟ ପ୍ରମାଣ ଉପରେ ଆଧାର କରି ଏକ ଗାଣିତିକ ମଡେଲ ବ୍ୟବହାର କରି ଭାରତ ବାର୍ଷିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ପୂର୍ବରୁ ଏହି ରୋଗର ପ୍ରକୃତ ଭାରର ସଠିକ୍ ନିର୍ଣ୍ଣୟ କରି ପାରିବ ।
ଯକ୍ଷ୍ମା ସମାପ୍ତି ଦିଗରେ ସାମୂହିକ ଅଗ୍ରଗତିର ମୂଲ୍ୟାଙ୍କନ କରିବାର ସୁଯୋଗ ଭାବରେ ଡକ୍ଟର ମାଣ୍ଡଭିୟ ଯକ୍ଷ୍ମା ଉପରେ ଆଗାମୀ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍ଏଚ୍ଏଲ୍ଏଏମ୍) ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବୈଶ୍ୱିକ ନିରନ୍ତର ବିକାଶ ଲକ୍ଷ୍ୟର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାକୁ ଭାରତ ଯେଉଁ ଚେଷ୍ଟା କରୁଛି ସେହି ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି ।
ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ନିରନ୍ତର ଉଦ୍ୟମ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି । ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ଦେଶରେ ଯକ୍ଷ୍ମା ଜନିତ ମାମଲା ଗୁଡିକରେ ୧୩% ହ୍ରାସ ଘଟିଛି, ଯାହା ୧୯ ପ୍ରତିଶତ ବିଶ୍ୱ ହାରକୁ ଅତିକ୍ରମ କରି ଯାଇଛି ବୋଲି ଡକ୍ଟର ମାଣ୍ଡବୀୟ ଘୋଷଣା କରିଛନ୍ତି । ଏଥିସହ, ବିଶ୍ୱର ହ୍ରାସ ହାର ୫.୯% ତୁଳନାରେ ସମାନ ଅବଧିରେ ଭାରତରେ ଯକ୍ଷ୍ମା ମୃତ୍ୟୁ ପରିମାଣ ୧୫% ହ୍ରାସ ପାଇଛି ।
ପ୍ରାଥମିକ ନିରାକରଣ, ଚିକିତ୍ସା ଏବଂ ପ୍ରତିଷେଧକ ପ୍ରଣାଳୀର ଗୁରୁତ୍ୱକୁ ସ୍ୱୀକାର କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ, “ସମସ୍ତ ଲୁଚି ରହିଥିବା ମାମଲା ଚିହ୍ନଟ କରିବା ଏବଂ ଯେଉଁ ମାନଙ୍କ ପର୍ଯ୍ୟନ୍ତ ପହଂଚି ହେବ ନାହିଁ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଶେଷ ମାଇଲରେ ରୋଗୀଙ୍କୁ ନିରାକରଣ ଏବଂ ଚିକିତ୍ସା କରିଛି । ପ୍ରତ୍ୟେକ ରୋଗୀଙ୍କୁ ସମାନ ସ୍ୱାସ୍ଥ୍ୟସେବା ପରିସରଭୁକ୍ତ ନିଶ୍ଚିତ କରିବାକୁ, ଆମେ ୧.୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିଛୁ ଯାହାକି ଅନ୍ୟାନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା ସହିତ ସମସ୍ତ ରୋଗୀଙ୍କୁ ଯକ୍ଷ୍ମା ନିରାକରଣ ଏବଂ ଯତ୍ନ ଯୋଗାଇଥାଏ । ଏହା ଆମ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ପାଇଁ ବିଶେଷ ରୂପରେ ଲାଭଦାୟକ ହୋଇଛି, ଯେଉଁଥିରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ ହେବାକୁ ସୁନିଶ୍ଚିତ କରିଛି । ”
ଘରୋଇ କ୍ଷେତ୍ର ସହିତ ଭାରତର ସଫଳ ସହଯୋଗକୁ ଡକ୍ଟର ମାଣ୍ଡଭିୟ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଥିରେ ଯକ୍ଷ୍ମା ରୋଗୀଙ୍କ ପାଇଁ ସେମାନଙ୍କର ପସନ୍ଦ କେନ୍ଦ୍ର, କ୍ଲିନିକ୍ ଏବଂ ଡାକ୍ତରଙ୍କ ମାଧ୍ୟମରେ ଗୁଣାତ୍ମକ ଚିକିତ୍ସା ସକ୍ଷମ ହୋଇ ପାରିଛି । ଫଳସ୍ୱରୂପ, ଗତ ନଅ ବର୍ଷ ମଧ୍ୟରେ ଘରୋଇ କ୍ଷେତ୍ରର ବିଜ୍ଞପ୍ତି ସାତଗୁଣରୁ ଅଧିକ ବୃଦ୍ଧି ପାଇଛି ।
ଯକ୍ଷ୍ମା ସହିତ ଜଡିତ କୁପ୍ରଥା ପ୍ରସଙ୍ଗକୁ ସମ୍ବୋଧିତ କରି ଡକ୍ଟର ମାଣ୍ଡବୀୟ ଭାରତର ଅଗ୍ରଣୀ ସମ୍ପ୍ରଦାୟର ଯୋଗଦାନ ପ୍ରଣାଳୀ, ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ (ପିଏମ୍ଟିବିଏମ୍ବିଏ) ଉପରେ ଆଲୋକପାତ କରିଥିଲେ । ଏହି ଅଭିଯାନକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଆରମ୍ଭ କରିଥିଲେ । ଟିବି ରୋଗୀଙ୍କୁ ସେମାନଙ୍କର ଚିକିତ୍ସା ଯାତ୍ରା ସମୟରେ ସହାୟତା କରିବାକୁ ଏହା ଲକ୍ଷ୍ୟ ରଖିଛି । ନି-କ୍ଷୟ ମିତ୍ର କିମ୍ବା ଦାତାଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୮ ହଜାର ନି-କ୍ଷୟ ମିତ୍ର ପ୍ରାୟ ଏକ ଲକ୍ଷ ରୋଗୀଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତିବର୍ଷ ପ୍ରାୟ ୧୪୬ ନିୟୁତ ଡଲାର ସଂଗ୍ରହ କରୁଛନ୍ତି ।
ଅଧିକନ୍ତୁ, ନି-କ୍ଷୟ ପୋଷଣ ଯୋଜନା ପ୍ରତିଷ୍ଠା କରି ଯକ୍ଷ୍ମାର ସାମାଜିକ – ଅର୍ଥନୈତିକ ପରିଣାମକୁ ସମାଧାନ କରିବାକୁ ଭାରତର ପ୍ରତିବଦ୍ଧତା ଉପରେ ଡକ୍ଟର ମାଣ୍ଡଭିୟ ଗୁରୁତ୍ୱାରୋପ କରିଥିଲେ । ଏହି ଅନନ୍ୟ ପଦକ୍ଷେପ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୭୫ ଲକ୍ଷରୁ ଅଧିକ ଲୋକ ମାନଙ୍କୁ ଯକ୍ଷ୍ମା ଚିକିତ୍ସା କରୁଥିବା ମାସିକ ପୁଷ୍ଟିକର ସହାୟତା ପ୍ରଦାନ କରିଥାଏ, ଯାହାର ପରିମାଣ ୨୦୧୮ ରେ ଆରମ୍ଭ ହେବା ଦିନ ଠାରୁ ୨୪୪ ମିଲିୟନ ଡଲାରରୁ ଅଧିକ ଅଟେ ।
ଡକ୍ଟର ମାଣ୍ଡଭିୟ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯକ୍ଷ୍ମା ପାଇଁ ଭାରତର ପରିବାର – କେନ୍ଦ୍ରିକ ଚିକିତ୍ସା ମଡେଲ ବିଷୟରେ କହିଥିଲେ, ଯାହା ପରିବାରର ପୁନରୁଦ୍ଧାରରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇଥାଏ । ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ଏବଂ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ପଦକ୍ଷେପ ଆରମ୍ଭ କରା ଯାଇଥିଲା, ଯାହାକି ସ୍ଥାନୀୟ ସରକାରଙ୍କୁ ଯକ୍ଷ୍ମା ମୁକାବିଲା ପାଇଁ ଉତ୍ସାହିତ କରିଥାଏ ଏବଂ ଏହି ଅବସରରେ ସେମାନଙ୍କ ଉଦ୍ୟମ ପାଇଁ ପୁରସ୍କାର ପାଇବାକୁ ମଧ୍ୟ ଉତ୍ସାହିତ କରାଯାଇଥିଲା ।
ଯକ୍ଷ୍ମା ବିରୋଧରେ ଲଢ଼େ଼ଇରେ ଏକ ପ୍ରଭାବଶାଳୀ ଟିକା ବିକଶିତ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବିଷୟରେ ଡଃ. ମାଣ୍ଡଭିୟ ଏହି ପରିପ୍ରେକ୍ଷୀରେ କହିଛନ୍ତି, “ଯେହେତୁ ଆମେ କୋଭିଡ୍ -୧୯ ମହାମାରୀରୁ ଶିଖିଛୁ, ଏହି ରୋଗକୁ ଦୂର କରିବା ପାଇଁ ସର୍ବଶେଷ ନିଦାନ ଏବଂ ଚିକିତ୍ସା ବିକଳ୍ପ ଗୁଡ଼ିକର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଶ୍ୱକୁ ଅଧିକ ସହଯୋଗ କରିବା ଆବଶ୍ୟକ ।
୨୦୩୦ ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବା ପାଇଁ ମିଳିତ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍ଏଚ୍ଏଲ୍ଏଏମ୍)ର ଲକ୍ଷ୍ୟ ହାସଲ କରିବାକୁ, ଯକ୍ଷ୍ମା ରୋକିବା, ନିରାକରଣ ଏବଂ ଚିକିତ୍ସା ପାଇଁ ଆମକୁ ରୋଗୀ – କେନ୍ଦ୍ରିକ ଅଭିନବ ଉପାୟ ଖୋଜିବାକୁ ପଡିବ । ଭାରତ ଏହାର ଶିକ୍ଷାକୁ ବିଶ୍ୱ ସହିତ ବଂଟନ କରିବାକୁ ଏବଂ ଅନ୍ୟ ପ୍ରସଙ୍ଗରୁ ମଧ୍ୟ ଶିଖିବାକୁ ପ୍ରତିଶ୍ରୁତିବଦ୍ଧ । ”
ଡକ୍ଟର ମାଣ୍ଡଭିୟ ତାଙ୍କ ବକ୍ତବ୍ୟକୁ ସମାପ୍ତ କରି ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ , ନିରନ୍ତର ପ୍ରୟାସ ଏବଂ ନିଷ୍ଠା ଦ୍ୱାରା ୨୦୩୦ ପୂର୍ବରୁ ବିଶ୍ୱରୁ ଯକ୍ଷ୍ମା ଦୂର ହୋଇ ପାରିବ ।