ବିଭିନ୍ନ ଫସଲର ଉତ୍ପାଦନର ମୂଲ୍ୟାଙ୍କନ ରାଜ୍ୟ ଗୁଡିକରୁ ପ୍ରାପ୍ତ ମତାମତ ଉପରେ ଆଧାରିତ ଏବଂ ଅନ୍ୟ ଉତ୍ସରୁ ଉପଲବ୍ଧ ସୂଚନା ସହିତ ବୈଧ ହୋଇଛି । ରାଜ୍ୟ ଗୁଡିକରୁ, ବିକଳ୍ପ ଉତ୍ସରୁ ଏବଂ ଅନ୍ୟାନ୍ୟ କାରଣ ଗୁଡିକରୁ ପ୍ରାପ୍ତ ମତାମତ ଉପରେ ଆଧାର କରି ଏହି ଆକଳନ କ୍ରମାଗତ ଆକଳନ ଉପରେ ଅଧିକ ସଂଶୋଧନ କରାଯିବ ।
ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ, ୨୦୨୨-୨୩ ପାଇଁ ପ୍ରମୁଖ ଫସଲର ଆନୁମାନିକ ଉତ୍ପାଦନ ହେଉଛି:
ଖାଦ୍ୟଶସ୍ୟ –୩୩୦୫.୩୪ ଲକ୍ଷ ଟନ୍ (ରେକର୍ଡ)
ଚାଚାଉଳ –୧୩୫୫.୪୨ ଲକ୍ଷ ଟନ୍ (ରେକର୍ଡ)
ଚା ଗହମ – ୧୧୨୭.୪୩ ଲକ୍ଷ ଟନ୍ (ରେକର୍ଡ)
ଚା ବାଜରା – ୧୧୧.୬୬ ଲକ୍ଷ ଟନ୍ ।
ନ୍ୟୁଟ୍ରି / ମୋଟା ଶସ୍ୟ – ୫୪୭.୪୮ ଲକ୍ଷ ଟନ୍ ।
ମକା –୩୫୯.୧୩ ଲକ୍ଷ ଟନ୍ (ରେକର୍ଡ)
ସମୁଦାୟ ଡାଲି – ୨୭୫.୦୪ ଲକ୍ଷ ଟନ୍ ।
ଚାଗ୍ରାମ – ୧୩୫.୪୩ ଲକ୍ଷ ଟନ୍ ।
ଚା ମୁଗ – ୩୭.୪୦ ଲକ୍ଷ ଟନ୍ ।
ତୈଳବୀଜ – ୪୦୯.୯୬ ଲକ୍ଷ ଟନ୍ । (ରେକର୍ଡ)
ବାଦାମ –୧୦୨.୮୨ ଲକ୍ଷ ଟନ୍ ।
ସୋୟାବିନ୍ –୧୪୯.୭୬ ଲକ୍ଷ ଟନ୍ (ରେକର୍ଡ)
ଚା ରେପ ସିଡ୍ ଏବଂ ସୋରିଷ – ୧୨୪.୯୪ ଲକ୍ଷ ଟନ୍ । (ରେକର୍ଡ)
ଚା ତୁଳା – ୩୪୩.୪୭ ଲକ୍ଷ ଗଣ୍ଠିଲି (ପ୍ରତ୍ୟେକ ୧୭୦ କିଲୋଗ୍ରାମ୍ ପ୍ରତ୍ୟେକଟି)
ଆଖୁ – ୪୯୪୨.୨୮ ଲକ୍ଷ ଟନ୍ (ରେକର୍ଡ)
ଚା ଝୋଟ ଏବଂ ମେସ୍ତା – ୯୪.୯୪ ଲକ୍ଷ ଗଣ୍ଠିଲି (ପ୍ରତ୍ୟେକ ୧୮୦ କିଲୋଗ୍ରାମ୍)
୨୦୨୨-୨୩ ପାଇଁ ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ, ଦେଶରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୩୦୫.୩୪ ଲକ୍ଷ ଟନ୍ ଅଟେ, ଯାହା ପୂର୍ବ ବର୍ଷ ୨୦୨୧ – ୨୨ ତୁଳନାରେ ୧୪୯ .୧୮ ଏଲ୍ଏମ୍ଟି ଅଧିକ ଅଟେ ।
୨୦୨୨-୨୩ ରେ ଚାଉଳର ମୋଟ ଉତ୍ପାଦନ (ରେକର୍ଡ) ୧୩୫୫.୪୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମ୍ଟି) ରେ ଆକଳନ କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଏହା ୬୦.୭୧ ଲକ୍ଷ ଟନ୍ ଅଧିକ ।
ଦେଶରେ ଗହମ (ରେକର୍ଡ) ର ଉତ୍ପାଦନ ଆନୁମାନିକ ୧୧୨୭.୪୩ ଏଲ୍ଏମ୍ଟି ଅଟେ ଯାହା ପୂର୍ବ ବର୍ଷର ଉତ୍ପାଦନ ତୁଳନାରେ ୫୦.୦୧ ଏଲ୍ଏମ୍ଟି ଅଧିକ ।
୨୦୨୨-୨୩ ରେ ଦେଶରେ ମକା ଉତ୍ପାଦନ (ରେକର୍ଡ) ୩୫୯.୧୩ ଏଲ୍ଏମ୍ଟି ଆକଳନ କରାଯାଇଛି ଯାହା ପୂର୍ବ ବର୍ଷର ଉତ୍ପାଦନ ତୁଳନାରେ ୨୧.୮୩ ଲକ୍ଷ ଟନ୍ ଅଧିକ ।
ନ୍ୟୁଟ୍ରି / ମୋଟା ଶସ୍ୟ ଉତ୍ପାଦନ ଆନୁମାନିକ ୫୪୭.୪୮ ଲକ୍ଷ ଟନ୍ ଅଟେ ଯାହା ପୂର୍ବ ବର୍ଷର ଉତ୍ପାଦନ ତୁଳନାରେ ୩୬.୪୭ ଏଲ୍ଏମ୍ଟି ଅଧିକ ।
ମୁଗର ଉତ୍ପାଦନ ଆନୁମାନିକ ୩୭.୪୦ ଏଲ୍ଏମ୍ଟି ଯାହାକି ପୂର୍ବ ବର୍ଷର ଉତ୍ପାଦନ ତୁଳନାରେ ୫.୭୪ ଏଲ୍ଏମ୍ଟି ଅଧିକ ।
୨୦୨୨-୨୩ ରେ ମୋଟ ଡାଲି ଉତ୍ପାଦନ ୨୭୫.୦୪ ଏଲ୍ଏମ୍ଟି ଆକଳନ କରାଯାଇଛି ଯାହା ପୂର୍ବ ବର୍ଷର ଉତ୍ପାଦନ ୨୭୩.୦୨ ଏଲ୍ଏମ୍ଟି ତୁଳନାରେ ୨.୦୨ ଲକ୍ଷ ଟନ୍ ଅଧିକ ।
ସୋୟାବିନ୍ ଏବଂ ରେପସିଡ୍ ଏବଂ ସୋରିଷର ଉତ୍ପାଦନ ଯଥାକ୍ରମେ ୧୪୯.୭୬ ଏଲ୍ଏମ୍ଟି ଏବଂ ୧୨୪.୯୪ ଏଲ୍ଏମ୍ଟି ଅନୁମାନ କରାଯାଏ, ଯାହା ପୂର୍ବ ବର୍ଷର ଉତ୍ପାଦନ ତୁଳନାରେ ଯଥାକ୍ରମେ ୧୯.୮୯ ଏଲ୍ଏମ୍ଟି ଏବଂ ୫.୩୧ ଏଲ୍ଏମ୍ଟି ଅଧିକ ।
୨୦୨୨-୨୩ ରେ ଦେଶରେ ମୋଟ ତୈଳବୀଜ ଉତ୍ପାଦନ ଆନୁମାନିକ ରେକର୍ଡ ୪୦୯.୯୬ ଏଲ୍ଏମ୍ଟି ଅଟେ ଯାହା ପୂର୍ବ ବର୍ଷର ତୈଳବୀଜ ଉତ୍ପାଦନ ତୁଳନାରେ ୩୦.୩୩ ଲକ୍ଷ ଟନ୍ ଅଧିକ ।
. ୨୦୨୨-୨୩ ରେ ଦେଶର ମୋଟ ଆଖୁ ଉତ୍ପାଦନ ରେକର୍ଡ ୪୯୪୨.୨୮ ଏଲ୍ଏମ୍ଟି ଆକଳନ କରାଯାଇଛି । ୨୦୨୨-୨୩ ମଧ୍ୟରେ ଆଖୁ ଉତ୍ପାଦନ ପୂର୍ବ ବର୍ଷର ଉତ୍ପାଦନ ତୁଳନାରେ ୫୪୮.୦୩ ଏଲ୍ଏମ୍ଟି ଅଧିକ ।
୩୪୩.୪୭ ଲକ୍ଷ ଗଣ୍ଠିଲି (ପ୍ରତ୍ୟେକ ୧୭୦ କିଲୋଗ୍ରାମ ହିସାବରେ) ଆନୁମାନିକ ତୁଳା ଉତ୍ପାଦନ ଏବଂ ଆନୁମାନିକ ଝୋଟ ଏବଂ ମେସ୍ତା ଉତ୍ପାଦନ ୯୪,୯୪ ଲକ୍ଷ ଗଣ୍ଠିଲି୍ (ପ୍ରତ୍ୟେକ ୧୮୦ କିଲୋଗ୍ରାମ ହିସାବରେ) ରଖା ଯାଇଛି ।
୨୦୨୨-୨୩ ବର୍ଷ ପାଇଁ ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ବିଭିନ୍ନ ଫସଲର ଆନୁମାନିକ ଉତ୍ପାଦନ ୨୦୧୨-୧୩ ବର୍ଷ ଠାରୁ ଏପର୍ଯ୍ୟନ୍ତ ତୁଳନାତ୍ମକ ଆକଳନକୁ ସଂଲଗ୍ନ କରାଯାଇଛି ।