ହୃଦୟ ଜିତିଲା ରତନ ଟାଟାଙ୍କ ଭାଷଣ

ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମଞ୍ଚରେ ଉଦ୍ୟୋଗପତ ରତନ ଟାଟା ଏକ କାର୍ଯ୍ୟକ୍ରମକୁ…..

ଆସାମ: ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମଞ୍ଚରେ ଉଦ୍ୟୋଗପତ ରତନ ଟାଟା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ନିଜ ଭାଷଣରେ ଅନେକ ଲୋକଙ୍କ ହୃଦୟ ଜିଣିଛନ୍ତି । ବିଜନେସ ଟାଇକୁନ ରନତ ଟାଟା ପ୍ରଥମେ ତାଙ୍କୁ ହିନ୍ଦୀ ଆସୁ ନଥିବାରୁ ସମସ୍ତଙ୍କୁ କ୍ଷମା ମାଗି କହିଥିଲେ ଯେ ମୁଁ ହିନ୍ଦୀରେ ଭାଷଣ ଦେଇ ପାରିବିନି, ସେଥିପାଇଁ ଇଂରାଜୀରେ କହିବି । କିଛି ସମୟ ଇଂରାଜୀରେ କହିବା ପରେ ଖଣ୍ଡି ହିନ୍ଦୀରେ କହିଥିଲେ ଯେ, ମୁଁ ମୋ ହୃଦୟରୁ ଗୋଟିଏ ବାର୍ତ୍ତା ଦେବି । ମୁଁ ମୋ ଜୀବନର ଶେଷ ବର୍ଷ ସ୍ୱାସ୍ଥ୍ୟକୁ ସମର୍ପିତ କରୁଛି । ଆସାମକୁ ଏମିତି ରାଜ୍ୟ ବନାନ୍ତୁ ଯିଏ ସମସ୍ତଙ୍କୁ ଚିହ୍ନିବ ଓ ସମସ୍ତେ ତାକୁ ଚିହ୍ନିବେ । ତେଣୁ ମୁଁ ଯାହା କିଛି ବି କହିବି ହୃଦୟରୁ କହିବି ।

ସେ କହିଛନ୍ତି ମୁଁ ନିଜର ଆଗାମୀ ବର୍ଷଗୁଡିକୁ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସମର୍ପିତ କରୁଛି । ଏ ହେଉଛି ସେହି ଦିନ ଯାହା ସ୍ୱାସ୍ଥ୍ୟ ଏବଂ କ୍ୟାନ୍ସର ଉପଚାର ମାମଲାରେ ଆସାମକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ । ସେହିପରି କ୍ୟାନ୍ସର କେନ୍ଦ୍ରର ଉଦଘାଟନ ଅବସରରେ ରତନ ଟାଟା କହିଛନ୍ତି ଯେ, ଏହି ସଂସ୍ଥା କାରଣରୁ ଆସାମ ବିଶ୍ୱସ୍ତରୀୟ ଉପଚାର ଉପଲବ୍ଧ କରାଇବା ରାଜ୍ୟର ମାନ୍ୟତା ହାସଲ କରିବ । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭କ୍ୟାନ୍ସର କେନ୍ଦ୍ର ଉଦଘାଟନ କରିଛନ୍ତି ।